ବଢ଼ିବ କି ଲକଡାଉନ୍‌ ? ଆସନ୍ତାକାଲି ସରୁଛି ଲକଡାଉନ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ବଢ଼ିବ କି ଲକଡାଉନ୍‌ ? ଆସନ୍ତାକାଲି ସରୁଛି ଲକଡାଉନ୍‌। ମେ’ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନର ସ୍ଥିତିରେ ଯାହା ଜଣାପଡୁଛି, ଲକଡାଉନ ଅବଧି ବୃଦ୍ଧି ପାଇପାରେ। ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସୁନି। ୨୬ ଜିଲ୍ଲା ଏବେ ବି ରେଡ୍‌ ଜୋନ୍‌ରେ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ରହିଛି ୧୫ ହଜାରରୁ ଅଧିକ। ସୁନ୍ଦରଗଡ଼ରେ ଆକ୍ଟିଭ୍‌ କେସ୍‌ ୮ ହଜାରରୁ ଅଧିକ ରହିଛି । ଏହାସହ କଟକରେ ୮ ହଜାରରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି। କଳାହାଣ୍ଡି ଓ ପୁରୀରେ ମଧ୍ୟ ୩ ହଜାରରୁ ଅଧିକ ଆକ୍ଟିଭ୍‌ କେସ ରହିଛି। ରାଜ୍ୟରେ ଆକ୍‌ଟିଭ୍‌ କେସ୍‌ ୧ଲକ୍ଷ ଉପରେ ରହିଛି। ଏଭଳି ସମୟରେ ଆଗକୁ ଲକଡାଉନ୍‌ ଅବଧି ବୃଦ୍ଧି ହେବ ନା ନାହିଁ, ସେନେଇ ସବୁଠି ଚର୍ଚ୍ଚା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.