Below header

ଏମିତି ଭୟଙ୍କର ଘୁର୍ଣ୍ଣି ଝଡ଼ କେବେ ଦେଖି ନଥିବେ, ଦେଖନ୍ତୁ ଆସାମରେ ଦେଖାଯାଇଥିବା ଛାତିଥରା ଘୁର୍ଣ୍ଣି ଝଡ଼

ନୂଆଦିଲ୍ଲୀ : ଆସାମର ବାରପିଟା ଜିଲ୍ଳାରେ ଆଜି ଅର୍ଥାତ ଶନିବାର ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଏହାକୁ ଦେଖି ଲୋକେ ଭୟରେ ଆତଙ୍କିତ ହୋଇଯାଇଥିଲେ । ଘୁର୍ଣ୍ଣି ଝଡ଼ ଏତେ ଭୟଙ୍କର ଥିଲା ଯେ ଲୋକେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ ।

ଘୁର୍ଣ୍ଣି ଝଡ଼ର ପ୍ରକୋପରେ ଯାହା ଆସିଲା ସବୁ ଆକାଶରେ ଉଡୁଥିବାର ଦେଖାଯାଇଥିଲା । ଜମିରେ ଥିବା ଗଛ, ଫସଲ ଏପରିକି ଘରର ଛାତ ମଧ୍ୟ ପବନରେ ଉଡୁଥିବାର ଦେଖାଯାଇଥିଲା । ଘୁର୍ଣ୍ଣି ଝଡ଼ର ଭୟଙ୍କର ରୂପ ଦେଖି ଲୋକେ ଭଗବାନଙ୍କ ନାମ ଧରି ଡାକୁଥିବାର ଦେଖାଯାଇଥିଲା । ଏପରି ଭୟଙ୍କର ଘୁର୍ଣ୍ଣି ଝଡ଼ ଦେଖି ଲୋକେ ତ୍ରାହି ତ୍ରାହି ଡାକୁଥିବାର ଦେଖାଯାଇଥିଲା ।


Video Courtesy: NBT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.