ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର

କୁଚିଣ୍ଡା(କେନ୍ୟୁଜ୍):   ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା । ଜବତ ଗାଡ଼ିର ଜରିମାନା ରାଶିକୁ କମାଇ ଦେବାକୁ କହି ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକିବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍‌ । ଏହାପରେ ତାଙ୍କ ବାସଭବନରେ ରେଡ୍‌ ହୋଇଛି । ଚଢ଼ାଉ ବେଳେ ଘରୁ ୩ଲକ୍ଷ ୩ହଜାର ୬୧୦ ଟଙ୍କା ଜବତ ହୋଇଛି । ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.