ହାତରେ ଥିବା ଶନି ପର୍ବତ ଖୋଲିଥାଏ ଆପଣଙ୍କ ଜୀବନର ବହୁ ରହସ୍ୟ, କହିଥାଏ କେତେ ଭାଗ୍ୟବାନ ଆପଣ

ହାତରେ ରେଖା ସହ ସବୁ ଗ୍ରହଙ୍କ ପର୍ବତ ମଧ୍ୟ ରହିଛି । ଯେଉଁଠୁ ଆପଣ ନିଜ କୁଣ୍ଡଳୀରେ ଥିବା ଗ୍ରହର ସ୍ଥିତି ସମ୍ପର୍କରେ ଜାଣିବା ସହ ଜୀବନର ବହୁ ରହସ୍ୟ ସମ୍ପର୍କରେ ସୂଚନା ଦେଇଥାଏ । ଆଜି ଆମେ ଶନି ପର୍ବତ ସମ୍ପର୍କରେ କିଛି ଜାଣିବା, ଯାହା ଆମର ଭାଗ୍ୟ ପରିବର୍ତ୍ତନ କରିଥାଏ । ଜାଣନ୍ତୁ ଶନି ପର୍ବତ ସମ୍ପର୍କରେ କିଛି ମହତ୍ୱପୂର୍ଣ୍ଣ କଥା ।

ଶନି ପର୍ବତରେ ଏହି ସବୁ ଚିହ୍ନ ଥିଲେ କ’ଣ ହୋଇଥାଏ –

ଯଦି ହାତରେ ଶନି ପର୍ବତ ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ, ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଶନି ପର୍ବତ ଯେତେ ଉଚ୍ଚ ହେବ, ଆପଣ ସେତିକି ଭାଗ୍ୟଶାଳୀ ଧନବାନ ହୁଅନ୍ତି । ଶନି ପର୍ବତର ଏହି ସ୍ଥିତି ପ୍ରେମୀ ସହ ଭୁଲ ବୁଝାମଣାର ସଂକେତ ଦେଇଥାଏ । ଯଦି ହାତରେ ସୂର୍ଯ୍ୟ ଓ ଗୁରୁ ପର୍ବତ ଉଚ୍ଚ ରହିଥାଏ, ତେବେ ବ୍ୟକ୍ତିକୁ ଜୀବନରେ ବହୁତ ସମ୍ମାନ ପ୍ରାପ୍ତ ହୋଇଥାଏ । ଏମିତି ଲୋକ ନିଜ ବୁଦ୍ଧି ବଳରେ ସଫଳତା ହାସଲ କରିଥାନ୍ତି ।

ଯଦି କୌଣସି ବ୍ୟକ୍ତିଙ୍କ ହାତରେ ଶନି ପର୍ବତ ସ୍ଥାନରେ ଥିବା କ୍ରସ ଚିହ୍ନ ଭାଗ୍ୟ ରେଖା ପର୍ଯ୍ୟନ୍ତ ଯାଇଥାଏ ବ୍ୟକ୍ତିକୁ ବିପଦପୂର୍ଣ୍ଣ କାମରୁ ବଞ୍ଚିବା ଦରକାର । ଏମିତି ଚିହ୍ନ ଥିଲେ ଦୁର୍ଘଟଣା ଆଶଙ୍କା ବଢ଼ିଥାଏ । ଏହି ବ୍ୟକ୍ତିଙ୍କୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିବା ଦରକାର ।

ଯଦି ଶନି ପର୍ବତ କ୍ଷେତ୍ରରେ ଚତୁସ୍କୋଣ ଚିହ୍ନ ଥାଏ, ବ୍ୟକ୍ତି କୌଣସି ଦୁର୍ଘଟଣାରୁ ରକ୍ଷା ପାଇଥାଏ । ଯଦି ଏଠାରେ ତ୍ରିକୋଣ ଚିହ୍ନ ଥାଏ ତେବେ ବ୍ୟକ୍ତି ଜ୍ୟୋତିଷ ଓ ଯୋଗ ଆଦିରେ ରୁଚି ରଖିଥାଏ । ଯଦି କିମ୍ବା ତ୍ରିକୋଣ ଚିହ୍ନ ଭିତରେ ନକ୍ଷତ୍ର ଚିହ୍ନ ଥାଏ ତେବେ ବ୍ୟକ୍ତିକୁ ଷଡଯନ୍ତ୍ରରୁ ସତର୍କ ରହିବା ଦରକାର ।

  ହସ୍ତରେଖା ଶାସ୍ତ୍ର ଅନୁସାରେ ଶନି କ୍ଷେତ୍ର ଉପରେ ନକ୍ଷତ୍ର ଚିହ୍ନ ଥାଏ ତ ବ୍ୟକ୍ତିକୁ ବଦନାମୀକୁ ସାମନା କରିବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.