Below header

ନୂଆଦିଲ୍ଲୀ: ପୁଣି ଟ୍ରକ ଡ୍ରାଇଭରଙ୍କୁ ଓଭରଲୋଡିଂ ପଡ଼ିଲା ମହଙ୍ଗା, ଗଣିଲେ ୨ ଲକ୍ଷ ୫ ଶହ ଟଙ୍କାର ଫାଇନ୍‌

ନୂଆଦିଲ୍ଲୀ(କେନ୍ୟୁଜ୍): ଓଭରଲୋଡିଂ ପଡ଼ିଲା ମହଙ୍ଗା । ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ତଣ୍ଡ ଗଣିଲେ ଟ୍ରକ୍‌ ଡ୍ରାଇଭର । ୨ ଲକ୍ଷ ୫ ଶହ ଟଙ୍କାର ଫାଇନ୍‌ କାଟିଲେ ଟ୍ରାଫିକ୍‌ କର୍ମଚାରୀ । ଏପରି ଘଟଣା ଘଟିଛି ଦିଲ୍ଲୀରେ । ରାମ କିଶନ ନାମକ ଡ୍ରାଇଭର ଓଭରଲୋଡିଂ କରି ଟ୍ରକ୍‌ ନେଇଯାଉଥିଲେ । ହରିୟାଣା ନମ୍ବର ଥିବା ଏହି ଟ୍ରକ୍‌କୁ ଅଟକାଇଥିଲା ଦିଲ୍ଲୀ ଟ୍ରାଫିକ୍‌ ପୋଲିସ । ରାମ କିଶନଙ୍କ ପାଖରେ ୨୫ ଟନ୍‌ ନେବା ପାଇଁ ପରମିଟ୍‌ ଥିଲା । ହେଲେ ଟ୍ରକ୍‌ରେ ଯାଉଥିଲା ୪୩ ଟନ୍‌ରୁ ଅଧିକ ସାମଗ୍ରୀ । ୧୮ ଟନ୍‌ ଅଧିକ ହୋଇଥିବାରୁ ଚାଲାଣ କାଟିଥିଲା ପୋଲିସ । ଓଭରଲୋଡିଂ ଚାର୍ଜ ୨୦ ହଜାର ଟଙ୍କା । ପ୍ରତି ଟନ୍‌ ୨ ହଜାର ଟଙ୍କା ଲେଖାଏଁ ୧୮ ଟନ୍‌କୁ ପଡ଼ିଥିଲା ୩୬ ହଜାର ଟଙ୍କା । ଏହା ସହ ୧୦ଟି ଟ୍ରାଫିକ୍‌ ରୁଲ୍‌ ଅବମାନନା କରିଥିବା ନେଇ ପୋଲିସ ଚାଲାଣ କାଟିଛି । ଡ୍ରାଇଭର ସିଟ୍‌ ବେଲ୍‌ଟ ପିନ୍ଧିନଥିଲେ, ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନଥିଲା । ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ନଥିବାରୁ ୧୦ ହଜାର ଫିଟ୍‌ନେସ୍‌ ନଥିବାରୁ ୧୦ ହଜାର, ପରମିଟ୍‌ ଉଲଂଘନ ପାଇଁ ୧୦ ହଜାର, ସିଟ୍‌ ବେଲ୍‌ଟ ପିନ୍ଧିନଥିବାରୁ ଏକ ହଜାର ଟଙ୍କା ଦେବାକୁ ପଡ଼ିଛି । ଏହା ପୂର୍ବରୁ ଦିଲ୍ଲୀରେ ରାଜସ୍ଥାନର ଟ୍ରକ୍‌ ଚାଳକ ଏକ ଲକ୍ଷ ୪୧ ହଜାର ଟଙ୍କା ଫାଇନ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.