ଶୁକ୍ରବାର ୧୩ ତାରିଖ, କେତେ ଅଶୁଭ ଆଜିିର ଦିନ!
ହିନ୍ଦୁ ମାନ୍ୟତା ଅନୁସାରେ ୧୩ ତାରିଖ ଏବଂ ଶୁକ୍ରବାରକୁ ଶୁଭ ବୋଲି ଧରାଯାଇଥାଏ । କିନ୍ତୁ ସାରା ଦୁନିଆରେ ଏହି ଦିନକୁ ନେଇ ଅଜବ ଧରଣର ଭୟ ରହିଛି । ଆମେରିକା ଏବଂ ୟୁରୋପରେ ଧରାଯାଇଥାଏ କି, ଏହି ଦିନ କୌଣସି ଅଘଟଣ ଘଟିଥାଏ । କାହିଁ କେଉଁ କାଳରୁ ଲୋକେ ଏହି ୧୩ ସେପ୍ଟେମ୍ବରକୁ ଅଶୁଭ ବୋଲି ମାନିଥାନ୍ତି ।
ହିନ୍ଦୁ ଧର୍ମରେ ୧୩ ତାରିଖକୁ ଜମାରୁ ବି ଅଶୁଭ ବୋଲି ଧରାଯାଇନଥାଏ । ଗ୍ରୀସ୍ ମାନ୍ୟତାରେ ମଧ୍ୟ ଶୁକ୍ରବାର ୧୩ ତାରିଖକୁ ଖରାପ ବୋଲି ଧରାଯାଏ । ୟୁରୋପ ଆମେରିକା ରେ ୧୩ ନମ୍ବରକୁ ନେଇ ବହୁ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି । କିନ୍ତୁ ଏହି କଥା ସତ କି, ୧୩ ତାରିଖ ଶୁକ୍ରବାରକୁ ଅଶୁଭ ସହିତ ଯୋଡିଦିଆଯାଇଛି ।
୧୨ ନମ୍ବର ଏକ ପୂର୍ଣ୍ଣାଙ୍କ ନମ୍ବର ଅଟେ । ୧୨ ମାସ,୧୨ ଘଣ୍ଟା,୧୨ଟି ରାଶି ରହିଛି । ଯାହାପରେ ୧୩ ନମ୍ବରକୁ ଅଶୁଭ ବୋଲଇ ଧରାଯାଇଥାଏ । ଏଥିରେ ସନ୍ତୁଳନରେ କିଛି କମ୍ ଥିବା କୁହାଯାଇଥାଏ । ଏହି କାରଣରୁ ଏହି ନମ୍ବର ଅଶୁଭ ବୋଲି ବିଶ୍ୱାସ କରାଯାଏ । ଅପରପକ୍ଷେ ଶୁକ୍ରବାରକୁ ନେଇ କୁହାଯାଇଥାଏ କି, ଜିସସ୍ ଙ୍କୁ ଏହି ଦିନ ଶୁଳିରେ ଚଢାଯାିଥିଲା । ଯାହା କାରଣରୁ ଏହି ଦିନକୁ ଏବଂ ଏହି ତାରିଖ ଯେବେ ମିଳିଯାଏ ତେବେ ଏହାକୁ ର୍ଦୁଭାଗ୍ୟ ଜବନ ଦିନ ବୋଲି ମାନ୍ୟତା ରହିଛି । ଅଶୁଭ ମାନି ଲୋକମାନେ ଏହି ଦିନ ଘରୁ ବାହାରକୁ ବାହାରି ନଥାନ୍ତି।
ଏହାସହ ପଢନ୍ତୁ:
ବିହାରର ଏପରି ଏକ ଗାଁ ଯେଉଁଠି ନାହାଁନ୍ତି ଜଣେ ହେଲେ ମୁସଲମାନ ପରିବାର, କିନ୍ତୁ ପ୍ରତ୍ୟେକ ଦିନ ମସଜିଦ୍ ରେ…
୧୩ ନମ୍ବରକୁ ଅଜବ ଧାରଣା:
-୧୩ ତାରିଖ ଶୁକ୍ରବାର ଦିନ ୟୁରୋପରେ ଲୋକେ ଖାସକରି ବିମାନ ଯାତ୍ରା କରିନଥାନ୍ତି ।
-ବିଭିନ୍ନ ହୋଟେଲରେ ୧୩ ତମ ପ୍ଳୋର ଏବଂ ୧୩ ନମ୍ବର ରୁମ୍ ନଥାଏ ।
– ଫ୍ରାନ୍ସରେ ଲୋକେ ମାନିଥାନ୍ତି କି ଖାଇବା ସ୍ଥାନରେ ୧୩ତମ ଚେୟାର ଶୁଭ ହୋଇନଥାଏ ।
– ୟୁରୋପରେ ଏହି ଦିନ ବିମାନ ଯାତ୍ରା ଶସ୍ତା ହୋଇଥାଏ ।