ଲଗାତର କାଶ ପାଇଁ ଆପଣଙ୍କୁ ଲାଗୁଛି କି ବିରକ୍ତ, ତେବେ ଏହି ଟିପ୍ସକୁ ଫଲୋ କରି ଦୂର କରନ୍ତୁ ସମସ୍ୟା
କାଶ ସମସ୍ୟା ଏକ ସାଧାରଣ କଥା। କିନ୍ତୁ ଅଧିକାଂଶ ମାମଲାରେ ଏହା ଥଣ୍ଡା ଏବଂ ଋତୁ ପରିବର୍ତ୍ତନ କାରଣରୁ ହୋଇଥାଏ। ଏହାଛଡା ସଂକ୍ରମଣ ହେବା କାରଣରୁ ବଲଗମ୍ ହୋଇଯାଇଥାଏ, ଯେଉଁ କାରଣରୁୁ କାଶ ହୋଇଥାଏ। ଲଗାତର କାଶ ହେବା ଦ୍ୱାରା ମୁଣ୍ଡ ବ୍ୟଥା, ଜ୍ୱର, ଶରୀରରେ ଯନ୍ତ୍ରଣା ହେବା ଭଳି ଅନେକ ସମସ୍ୟା ହେବାକୁ ଲାଗିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କିଛି ସହଜ ଟିପ୍ସକୁ ଫଲୋ କରିପାରିବେ। ଏହି ଟିପ୍ସକୁ ଫଲୋ କରିବା ଦ୍ୱାରା ନା କେବଳ ଆପଣଙ୍କ ସମସ୍ୟା କମ୍ ହୋଇଥାଏ ବରଂ ଆହୁରି ବି ସ୍ୱାସ୍ଥ୍ୟ ସମସ୍ୟା କମ୍ ହୋଇଯିବ।
ପ୍ରଚୁର ପାଣି ପିଅନ୍ତୁ
ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇଲେ ଅନେକ ସମସ୍ୟାର ସମାଧାନ ହୋଇଥାଏ। ପାଣି ଶରୀରକୁ ଡିଟୋକ୍ସ କରିବାରେ ସାହାଯ୍ୟ କରିଥାଏ। ଏହାସହିତ ଏହା ଆପଣଙ୍କ କାଶ ସସମ୍ୟାକୁ ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପ୍ରତିଦିନ ୨-୩ ଲିଟର ପାଣି ପିଇବା ଜରୁରୀ।
ନାଜାଲ ସ୍ପ୍ରେର କରନ୍ତୁ ବ୍ୟବହାର
କାଶ ହେଲେ ନାଜାଲ ସ୍ପେ କରନ୍ତୁ। ଏହା ଆପଣଙ୍କୁ ପୋଷ୍ଟ ନାଜାଲ ଡ୍ରେନେଜ ଠାରୁ ରକ୍ଷା କରିଥାଏ। ଏହାସହିତ ଏହା ଆପଣଙ୍କୁ କାଶ ସମସ୍ୟା ଠାରୁ ମଧ୍ୟ ଅରାମ ଦେଇଥାଏ। ଏହାଛଡା କାରମ୍ବାର ହେଉଥିବା କାଶକୁ ମଧ୍ୟ ଅଟକାଇଥାଏ।
ଏହାସହ ପଢନ୍ତୁ : ପେଟ, ହୃଦୟ ଏବଂ ତ୍ୱଚା ପାଇଁ ଅବ୍ୟର୍ଥ ଔଷଧ ଛଚିନ୍ଦ୍ରା, ଥରେ ଆପଣେଇ ଦେଖନ୍ତୁ
ମୁଣ୍ଡ ଉପରକୁ କରି ଶୁଅନ୍ତୁ
କାଶ ହେଲେ ମୁଣ୍ଡକୁ ହାଲୁକା ଉପରକୁ କରି ଶୁଅନ୍ତୁ। ଏମିତି କଲେ ପୋଷ୍ଟ ନାଜାଲ ଡ୍ରେନେଜ ହୋଇନଥାଏ ଏବଂ ଏହା ଆପଣଙ୍କ ଗଳା ପଯ୍ୟର୍ନ୍ତ ଯାଇନଥାଏ ଯାହାଦ୍ୱାରା କାଶ ହୋଇନଥାଏ। ଏହାବ୍ୟତୀତ ଏମିତି କଲେ ଏସିଡ୍ ରିଫ୍ଲେକ୍ସ ସମସ୍ୟା ମଧ୍ୟ କମ୍ ହୋଇଯାଇଥାଏ।