ସମ୍ବଲପୁର: ଦାମୀ ମୋବାଇଲ୍‌ ପାଇଁ ଶିଷ୍ୟ ନେଲା ଗୁରୁଙ୍କ ଜୀବନ

ସମ୍ବଲପୁର(କେନ୍ୟୁଜ୍): ଖୋଲିଲା ଅଧ୍ୟାପକଙ୍କ ହତ୍ୟା ଗୁମର। ଦାମୀ ମୋବାଇଲ୍‌ ପାଇଁ ଶିଷ୍ୟ ନେଲା ଗୁରୁଙ୍କ ଜୀବନ। ସପ୍ତାହ ପରେ ପୋଲିସ ହାତରେ ଧରାପଡିଲା ହତ୍ୟାକାରୀ। ଗିରଫ ପରେ ଅଭିଯୁକ୍ତ ଛାତ୍ର ଦୁଷ୍ମନ୍ତ ବାଗ୍‌ଙ୍କୁ କୋର୍ଟ ଚାଲାଣ କରିଛି ଶାସନ ଥାନା ପୋଲିସ। ସୂଚନା ଅନୁସାରେ ଗତ ୫ତାରିଖରେ ସମ୍ବଲପୁର ନିକଟସ୍ଥ ମୁରା କଲେଜ ଅଧ୍ୟାପକ ହୃଦାନନ୍ଦ ପ୍ରଦାନଙ୍କୁ ହତ୍ୟା କରାଯାଇଥିଲା। ୭ ତାରିଖ ସକାଳେ ପୋଲିସ ହୃଦାନନ୍ଦଙ୍କ ମୃତଦେହକୁ ତାଙ୍କବାସଭବନରୁ ଉଦ୍ଧାର କରିଥିଲା। ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ। କିଏ ଓ କାହିଁକି ଅଧ୍ୟାପକଙ୍କୁ ହତ୍ୟା କଲା। ୭ ଦିନର ଖୋଳତାଡ ପରେ ଶେଷରେ ଧରାପଡିଲା ଅଭିଯୁକ୍ତ। ଗୁରୁ କିଣିଥିବା ମୋବାଇଲ୍‌ ଦେଖି ଲୋଭ ସମ୍ଭାଳି ନପାରି ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଦୁଷ୍ମନ୍ତ। ମୃତଦେହ ଘର ଭିତରେ ପଡିଥିବାବେଳେ ଦୁଷ୍ମନ୍ତ ଘରୁ ବାହୁରକୁ ଆସି ତାଲା ପକାଇ ଫେରାର ହୋଇଯାଇଥିଲା।