ଆଜିଠୁ ବିଧାୟକମାନଙ୍କ ପାଇଁ ଆରମ୍ଭ ହେଉଛି ଦୁଇ ଦିନିିଆ ପ୍ରଶିକ୍ଷଣ ଶିବିର
କେନ୍ୟୁଜ୍: ପାଠ ପଢିବେ ବିଧାୟକ। ଆଜିଠୁ ବିଧାୟକମାନଙ୍କ ଆରମ୍ଭ ହେଉଛି ଦୁଇ ଦିନିିଆ ପ୍ରଶିକ୍ଷଣ ଶିବିର। ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଗୃହର ବିଧି ବ୍ୟବସ୍ଥା ସମ୍ପର୍କରେ ଓଡ଼ିଶାର ସବୁ ବିଧାୟକମାନଙ୍କୁ ଅବଗତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରିଶକ୍ଷଣ ଶିବିରକୁ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ ଲୋକସଭାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ବିଧାନସଭାର କାର୍ୟ୍ୟବିଧି ଉପରେ ଆଲୋଚନା କରିବେ। ସଂସଦରୁ ୬ ଜଣିଆ କେନ୍ଦ୍ରୀୟ ଅଧିକାରୀ ମଧ୍ୟ ଓଡ଼ିଶା ଆସିବେ । ବିଧାନସଭାରେ କିଭଳି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ବିଶେଷକରି ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିବା ବିଧାୟକମାନେ ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ବିଶେଷ ଭାବେ ଉପକୃତ ହେବେ।