ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଭାରତୀୟ ସେନା, ପ୍ରତିକ୍ରିୟା ରଖିଲେ ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ

କେନ୍ୟୁଜ୍: ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ସେନା। ସରକାରଙ୍କ ଆଦେଶ ମିଳିବା ମାତ୍ରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ । ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଜମ୍ମୁ-କଶ୍ମୀର ପରେ ସରକାରଙ୍କ ଫୋକସ୍‌ରେ ପିଓକେ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ଜିତେନ୍ଦ୍ର ସିଂହ । ଏନେଇ ଜେନେରାଲ ବିପିନ ରାଓ୍ଵତ ସରକାର ଏନେଇ ନିଷ୍ପତ୍ତି ନେବେ । ସେ ହକିଛନ୍ତି, ଏବେ କଶ୍ମୀର ଆତଙ୍କବାଦୀଙ୍କ ପ୍ରାଦୁର୍ଭାବରୁ ମୁକ୍ତ ହେବ । ଏଥିପାଇଁ ଜମ୍ମୁ କଶ୍ମୀର ଲୋକ ସହଯୋଗ କରନ୍ତୁ ବୋଲି କହିଛନ୍ତି ଜେନେରାଲ ବିପିନ ରାଓ୍ଵତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.