ଆଜି ପିଓକେ ଗସ୍ତ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍
କେନ୍ୟୁଜ୍: ଆଜି ପିଓକେ ଯିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପିଓକେ ରାଜଧାନୀ ମୁଜାଫରାବାଦରେ ଏକ ରାଲିକୁ ସମ୍ବୋଧନ କରିବେ । କଶ୍ମୀରରୁ ଧାରା ୩୭୦ ହଟିବା ପରେ ଏହା ହେଉଛି ଇମ୍ରାନ୍ ଖାନ୍ଙ୍କ ତୃତୀୟ ପିଓକେ ଗସ୍ତ । ଏହି ରାଲିରେ ଭିଡ଼ ଏକାଠି କରିବାକୁ ପାକିସ୍ତାନ ଗୁଇନ୍ଦା ପୋଲିସକୁ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ଇମ୍ରାନ୍ ଖାନ୍ ‘କଶ୍ମୀର ଆଓ୍ଵାର’ ରାଲି କରିଥିଲେ । ପିଓକରେ ଭାରତ ପ୍ରତି ବଢୁଥିବା ସମର୍ଥନ ଇମ୍ରାନ୍ ଖାନ୍ଙ୍କୁ ଚିନ୍ତାରେ ପକାଇଛି । କଶ୍ମୀରକୁ ନେଇ ବାରମ୍ବାର ବିଶ୍ୱ ସମୁଦାୟରେ ବିଫଳ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଦୁଇ ଦିନ ତଳେ ପାକିସ୍ତାନ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲା । ହେଲେ ଏଥିରେ ପାକିସ୍ତାନ୍କୁ ଝଟ୍କା ଲାଗିଥିଲା ।