Below header

ଟ୍ରମ୍ପଙ୍କୁ ବଡ଼ ଝଟକା: ନିର୍ବାଚନ ଫଳାଫଳକୁ ଓଲଟାଇବାକୁ ଚେଷ୍ଟା ଅଭିଯୋଗରେ ଦୋଷୀ

ବଢିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଓଲଟାଇ ଦେବାକୁ ଚେଷ୍ଟା କରିବା ଅଭିଯୋଗରେ ଟ୍ରମ୍ପ ଦୋଷୀ । କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । ଗତ ଚାରି ମାସରେ ତୃତୀୟ ଥର ପାଇଁ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ କରାଯାଇଛି ।

ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ବଡ଼ ଝଟକା । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଓଲଟାଇ ଦେବାକୁ ଚେଷ୍ଟା କରିବା ଅଭିଯୋଗରେ ଟ୍ରମ୍ପ ଦୋଷୀ । କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । ଗତ ଚାରି ମାସରେ ତୃତୀୟ ଥର ପାଇଁ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ କରାଯାଇଛି । ୨୦୨୦ ନିର୍ବାଚନ ଫଳାଫଳକୁ ଓଲଟାଇ ଦେବାକୁ ଟ୍ରମ୍ପଙ୍କ ପ୍ରୟାସର ତଦନ୍ତ କରୁଥିବା ସ୍ୱତନ୍ତ୍ର ଓକିଲ ଜ୍ୟାକ ସ୍ମିଥ ୪୫ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛନ୍ତି। ଏଥିରେ ଟ୍ରମ୍ପଙ୍କୁ ୪ଟି ମାମଲାରେ ଦୋଷୀ କରାଯାଇଛି । ଆମେରିକାବାସୀଙ୍କୁ ଧୋକା ଦେବାର ଯୋଜନା, ଅଧିକାରୀଙ୍କ କାର୍ଯ୍ୟରେ ବାଧା , ସାକ୍ଷୀପ୍ରମାଣରେ ଗଡ଼ବଡ଼ କରିବା, ନାଗରିକଙ୍କ ଅଧିକାର ବିରୋଧରେ ଷଡଯନ୍ତ୍ର ପରି ଦୋଷ ଦିଆଯାଇଛି । ଟ୍ରମ୍ପଙ୍କ ବିରୋଧରେ ଏହା ତୃତୀୟ ଅପରାଧିକ ମାମଲା ।

୨୦୨୦ରେ ନିର୍ବାଚନରେ ହାରିବା ପରେ ଫଳାଫଳକୁ ଗ୍ରହଣ କରିନଥିଲେ ଟ୍ରମ୍ପ। ଜାନୁଆରୀ ୬ରେ ଟ୍ରମ୍ପଙ୍କ ସମର୍ଥକ ଦି କ୍ୟାପିଟୋଲ ଉପରକୁ ଆକ୍ରମଣ କରିଥିଲେ । ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରରେ ବିଫଳ ହୋଇଥିଲେ ଟ୍ରମ୍ପ । ଏନେଇ ଗୁରୁବାର ଟ୍ରମ୍ପଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦ ନିର୍ବାଚନରେ ଜୋ ବାଇଡେନଙ୍କ ଠାରୁ ହାରିଥିଲେ ଟ୍ରମ୍ପ । ନିୟମ ଅନୁସାରେ ଟ୍ରମ୍ପ ଶାସନ୍ତ ହସ୍ତାନ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ବାଇଡେନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ହ୍ଵାଇଟ ହାଉସ କମାଣ ଦେଇଥାନ୍ତେ । ରାଜକୀୟ ସମ୍ମାନର ସହ ତାଙ୍କୁ ବିଦାୟ ଦିଆଯାଇଥାନ୍ତା । ମାତ୍ର ଟ୍ରମ୍ପ ନିର୍ବାଚନ ଫଳାଫଳରେ ଖୁସି ନଥିଲେ । ସେ ହ୍ଵାଇଟ ହାଉସ ଛାଡିବାକୁ ମନା କରିଦେଇଥିଲେ । ପରେ ତାଙ୍କ ସମର୍ଥକ ଉଗ୍ର ପ୍ରତିବାଦ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.