ସାଇକୋଟିକ ଡିସଅର୍ଡର କଣ ? ଜାଣନ୍ତୁ ଏହି ରୋଗ ହେଲେ କଣ ସମସ୍ୟା ହୁଏ

ଯେତେବେଳେ ଜଣେ ବ୍ୟକ୍ତି ନିକଟରେ ଏହି ସାଇକୋଟିକ ଡିସଅର୍ଡର ଦେଖାଯାଏ, ପ୍ରଥମେ ତାର ଆଚରଣରେ ବଡ଼ ପରିବର୍ତ୍ତନ ଆସେ । ବ୍ୟକ୍ତି ପ୍ରାୟତଃ ଦ୍ୱନ୍ଦରେ ରହିଥାଏ । ଏହି ରୋଗ ହେବାର ପ୍ରମୁଖ କାରଣ ଏକାପଣ ହୋଇଥାଏ ।

କୌଣସି ବ୍ୟକ୍ତିର ମାନସିକ ସ୍ଥିତି ଠିକ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ପରି ଜଣେ ବ୍ୟକ୍ତିର ମସ୍ତିଷ୍କ ସଠିକ ଭାବରେ କାର୍ଯ୍ୟ କରିବା ନିହାତି ଆବଶ୍ୟକ । କିନ୍ତୁ ବର୍ତ୍ତମାନର ଜୀବନଶୈଳୀକୁ ଦେଖିଲେ ଏହା କୁହାଯାଇପାରେ ଯେ ଅନେକ ଜିନିଷ ଏବଂ ପରିସ୍ଥିତି ପାଇଁ ଲୋକଙ୍କ ମନୋସ୍ଥିତି ଖରାପ ହେଉଛି । ଯେତେବେଳେ ଜଣେ ବ୍ୟକ୍ତି ଏକା ରହିଥାଏ ଏବଂ ଅତ୍ୟଧିକ ଚାପର ଶିକାର ହୁଏ, ସେତେବେଳେ ତାର ମନ ଉପରେ ଯେଉଁ ପ୍ରଭାବ ପଡିଥାଏ ତାହା ସାଇକୋଟିକ ଡିସଅର୍ଡର ଭାବରେ ଜଣା ଯାଏ ।

ତେବେ ଏହି ନୂଆ ମାନସିକ ରୋଗ ବିଷୟରେ ଆସନ୍ତୁ ଜାଣିବା । ସାଇକୋଟିକ ଡିସଅର୍ଡରରେ ଜଣେ ବ୍ୟକ୍ତି ତା ମନରେ ଚାଲୁଥିବା ଯନ୍ତ୍ରଣା ବିଷୟରେ ଜାଣି ପାରିନଥାଏ । ଏହି ରୋଗରେ ଜଣେ ବ୍ୟକ୍ତି ପ୍ରତ୍ୟେକ କଥାରେ ଅତ୍ୟଧିକ ଚିନ୍ତା କରିବା ଆରମ୍ଭ କରନ୍ତି । ଏହି ବ୍ରେକଡାଉନରେ, ବ୍ୟକ୍ତି ତା ସହିତ କଣ ଘଟୁଛି ତାହା ଜାଣି ପାରିନଥାଏ । ଏହି ରୋଗରୁ ବାହାରିବା ପାଇଁ ବ୍ୟକ୍ତିକୁ ଦୀର୍ଘ ଦିନ ଧରି ଚିକିତ୍ସା କରିବାକୁ ପଡିପାରେ । ଏହି ପ୍ରକାର ରୋଗ ହେବାର ପ୍ରମୁଖ କାରଣ ଏକାପଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସାଇକୋଟିକ ଡିସଅର୍ଡରରେ ପୀଡିତ ଥିବା ବ୍ୟକ୍ତିଙ୍କ ଠାରେ କେଉଁ ପ୍ରକାର ପରିବର୍ତ୍ତନ ଦେଖାଯାଏ ।

ଯେତେବେଳେ ଜଣେ ବ୍ୟକ୍ତି ନିକଟରେ ଏହି ରୋଗ ଦେଖାଯାଏ, ପ୍ରଥମେ ତାର ଆଚରଣରେ ବଡ଼ ପରିବର୍ତ୍ତନ ଆସେ । ବ୍ୟକ୍ତି ପ୍ରାୟତଃ ଦ୍ୱନ୍ଦରେ ରହିଥାଏ । ଯଦି କୌଣସି ଏକ ମାମଲା ଖରାପ ହୋଇଥାଏ ତେବେ ଏପରିସ୍ଥିତିରେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ନିରାଶ ହେବାକୁ ଲାଗେ । ସେମାନେ ନିଜେ ନିଜର ଯତ୍ନ ବିଷୟରେ ଚିନ୍ତା କରନ୍ତି ନାହିଁ । ଏହା ସାଇକୋଟିକ ଡିସଅର୍ଡର ଲକ୍ଷଣ ହୋଇପାରେ ।

ମଣିଷର ଚାପ ବଢ଼ିବା ହେଉଛି ଏପରି ଏକ କାରଣ ଯାହା ସାଇକୋଟିକ ଡିଅର୍ଡରକୁ ସୃଷ୍ଟି କରିଥାଏ । ଅସ୍ୱାସ୍ଥ୍ୟକର ଏବଂ ଅବ୍ୟସ୍ଥିତ ଜୀବନଶୈଳୀ ପାଇଁ ମଣିଷ ମନରେ ଚାପର ସ୍ତର ବଢ଼ିଯାଏ । ଯାହାକୁ ମଣିଷ ଅବହେଳା ମଧ୍ୟ କରିଥାଏ । କେତେକ କ୍ଷେତ୍ରରେ ଯଦି ପୂର୍ବରୁ ଆଘାତ ଲାଗିଥାଏ, ତେବେ ଏହା ସାଇକୋଟିକ ଡିସଅର୍ଡରର କାରଣ ହୋଇପାରେ । ସାଇକୋଟିକ ଡିସଅର୍ଡରରେ ଜଣେ ବ୍ୟକ୍ତି ଠିକ ଭାବରେ ଶୋଇ ପାରେ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.