Below header

୩୦୦୦ ଡିନାମାଇଟ୍ ଲଗାଇ ଧ୍ବଂସ କରାଗଲା ଟ୍ରମ୍ପଙ୍କ ୩୪ ମହଲା ପ୍ଲାଜା, ଭିଡିଓ ଭାଇରଲ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କୋଠାକୁ ଡିନାମାଇଟ୍ ସାହାଯ୍ୟରେ ଉଡାଇ ଦିଆଯାଇଛି । ଆମେରିକାର ଆଟଲାଣ୍ଟିକ୍ ସହରରେ ଥିବା ଏହି କୋଠା ଅତ୍ୟଧିକ ବିଳାସପୂର୍ଣ୍ଣ ଥିଲା । ପ୍ରାୟ ୩୦୦୦ ଡିନାମାଇଟ୍ ସାହାଯ୍ୟରେ ୩୪ ମହଲାର ଏହି କୋଠାକୁ ଧ୍ୱଂସ କରାଯାଇଛି ।

ଏହି ପ୍ଲାଜାକୁ ୧୯୮୪ରେ ଖୋଲା ଯାଇଥିଲା କିନ୍ତୁ ପରେ ୨୦୧୪ରେ ବନ୍ଦ କରିଦିଆଯାଇଥିଲା । ଅନେକ ସମୟରେ ଆସିଥିବା ବାତ୍ୟା ଓ ଝଡ ପାଇଁ ଏହାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ଗତବର୍ଷ ଜୁନରେ ଏହି କୋଠାକୁ ଧ୍ୱଂସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କୋଠାକୁ ଧ୍ୱଂସ କରିବା ବେଳେ ଶତାଧିକ ଲୋକ ଉପସ୍ଥିତ ଥିଲେ । ଏପରିକି ଏହାର ଦୃଶ୍ୟକୁ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରାଯାଇଥିଲା ।

ପ୍ଲାଜା ବା କୋଠାକୁ ଧ୍ୱଂସ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୩୪ ମହଲାର ଏହି କୋଠାକୁ ଧ୍ୱଂସ କରିବା ପାଇଁ ମାତ୍ର ୨୦ ସେକେଣ୍ଡ ସମୟ ଲାଗିଥିଲା । ଆଟଲାଣ୍ଟିକ୍ ସହରର ମେୟରଙ୍କ କହିବାନୁସାରେ, କୋଠା ଭାଙ୍ଗିବା ପରେ ଯେଉଁ ଭଗ୍ନାବଶେଷ ମିଳିଥିଲା ତାହା ୮ ମହାଲର ହୋଇଥିଲା । ଏହାକୁ ହଟାଇବା ପାଇଁ ଜୁନ ପର‌୍ୟ୍ୟନ୍ତ ସମୟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.