ଭାରତ ବଜାରରେ ଲଞ୍ଚ ହେଲା Moto E 7 Power ସ୍ମାର୍ଟଫୋନ, ୮ ହଜାରରୁ କମ ମୂଲ୍ୟରେ ମିଳିବ ଦମଦାର ଫୋନ

ମୋଟୋରୋଲା କମ୍ପାନୀ ନିଜର କିଛି ସ୍ମାର୍ଟଫୋନ Moto E 7 Powerକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ଫୋନକୁ ଭାରତରେ ୱାଟର ଡ୍ରପ ନଟ ଡିଷ୍ପ୍ଲେ ଓ ଡୁଆଲ ରିୟର କ୍ୟାମେରା ସେଟଅପ ସହ ଲଞ୍ଚ କରାଯାଇଛି । ରେଡମି, ରିଆଲମି ପରି କମ୍ପାନୀ ମାନଙ୍କର ଫୋନକୁ କଡା ଟକ୍କର ଦେବ ଏହି ଫୋନ । ପ୍ରଥମ ମଡେଲଟି ୨ ଜିବି ରାମ ଓ ୩୨ ଜିବି ଷ୍ଟୋରେଜ ମୂଲ୍ୟ ୭,୪୯୯ ଟଙ୍କା ରହିବ । ଯେବେକି ୪ ଜିବି ଓ ୬୪
ଜିବି ଷ୍ଟୋରେଜ ବିଶିଷ୍ଟ ଦ୍ଵିତୀୟ ମଡେଲର ମୂଲ୍ୟ ୮୨୯୯ ଟଙ୍କା ରହିବ ବୋଲି ଜଣାଯାଇଛି । ଫୋନକୁ କୋରାଲ ରେଡ ଓ ତେହିରି ବଲୁ ଦୁଇଟି କଲରରେ ଫେବୃଆରୀ ୨୬ ତାରିଖରୁ ଫ୍ଲିପକାର୍ଟ ସମେତ ଅନ୍ୟ ୱେବସାଇଟରୁ କିଣା ଯାଇପାରିବ ।

moto e 7 new

Motorolaର ଏହି ଆଣ୍ଡ୍ରଏଡ଼ ଫୋନ ୧୦ ଅପରେଟିଙ୍ଗ ସିଷ୍ଟମରେ ହିଁ କାମ କରିଥାଏ । ଏହା ବ୍ୟତୀତ ଫୋନରେ ୬.୫ ଇଂଚର HD+ ମ୍ୟାକ୍ସ ଭୋଜନ ଡିଷ୍ପ୍ଲେ ସୁବିଧା ଥିବା ବେଳେ ରିଜୋଲୁସନ ରହିଛି ୭୨୦x ୧୬୦୦ ପିକସଲ । ଫୋନରେ ମିଡିୟାଟେକ ହିଲିୟୋ G 25 ପ୍ରୋସେସର ମଧ୍ୟ ଅଛି | କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ଡୁଆଲ କ୍ୟାମେରା ସେଟଅପ ଥିବା ବେଳେ ୧୩ ମେଗାପିକସଲ ମେନ ଲେନ୍ସ ରହିଛି । ଏହାର ଅପଚର f /2.0 ରହିଛି । ଯେବେକି ୨ ମେଗାପିକସଲ ମାକ୍ରୋ ସେନ୍ସର ରହିଛି ।

ଏହାର ଫ୍ରଣ୍ଟରେ ୫ ମେଗାପିକସଲ ସେଲ୍ଫି କ୍ୟାମେରା ଦିଆଯାଇଛି । ଯାହାର ଅପଚର f /2.2 ରହିଛି । କ୍ୟାମେରା ସହ ପୋଟ୍ରେଟ, ପା ନୋରମା, ଫେସ ବ୍ୟୁଟି ପରି ମୋଡ଼ସ ମାନ ରହିଛି । ବ୍ୟାଟେରୀ ଦୃଷ୍ଟିରୁ ଦେଖିଲେ ଏଥିରେ ୫୦୦୦mAh ର ବ୍ୟାଟେରୀ ରହିଛି | ଯାହାକି ୧୦ ୱାଟର ଫାଷ୍ଟ ଚାରଜିଙ୍ଗ ସପୋର୍ଟ ଦେବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.