Below header

ଏକାଠି ଦୁନିଆକୁ ଆସିଥିଲେ, ଏକାଠି ଆଖି ବୁଜିଲେ ଯାଆଁଳା ଭାଇ: ପରସ୍ପର ଠାରୁ ୯୦୦ କିମି ଦୂରରେ ଥାଇ ମଧ୍ୟ ଦିନକରେ ଚାଲି ଗଲେ

ରାଜସ୍ଥାନର ବାରମେରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ୨୬ ବର୍ଷ ପୂର୍ବେ ଏକାଠି ଦୁନିଆ ଦେଖିଥିବା ଦୁଇ ଯାଆଁଳା ଭାଇ ଏକାଠି ଚାଲିଯାଇଛନ୍ତି । ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ପରସ୍ପର ଠାରୁ ୯୦୦କିମି ଦୂରରେ ରହୁଥିବା ଦୁଇ ଭାଇଙ୍କର ମୃତ୍ୟୁ ମଧ୍ୟ ସମାନ ପ୍ରକାରରେ ହୋଇଛି । ଜଣେ ଭାଇ ଛାତରୁ ଖସିପଡି ପ୍ରାଣ ହରାଇଥିବା ବେଳେ ଅନ୍ୟ ଭାଇ ପାଣି ଟ୍ୟାଙ୍କରେ ଖସି ପଡି ଜୀବନ ହାରିଛନ୍ତି । ମୃତ ଦୁଇ ଜଣ ହେଲେ ସୋହନ ସିଂହ ଓ ସୁମେର ସିଂହ । ଶୁକ୍ରବାର ଦିନ ପରିବାର ଲୋକେ ଦୁଇ ଭାଇଙ୍କର ଅନ୍ତିମ ସଂସ୍କାର କରିଛନ୍ତି ।

ମୃତ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଭାଇ ଗୁଜରାଟର ଟେକ୍ସାଇଲ କମ୍ପାନୀରେ ଚାକିରି କରୁଥିବା ବେଳେ ଅନ୍ୟ ଜଣେ ରାଜସ୍ଥାନରେ ଶିକ୍ଷକ ଥିଲେ । ଗୁରୁବାର ସୁମେର ସିଂହ ମୋବାଇଲରେ କଥା ହେଉଥିବା ବେଳେ ଛାତରୁ ଖସି ପଡିଥିଲେ । ଭାଇର ମୃତ୍ୟୁ ଖବର ଶୁଣି ସୋହନ ସିଂହ ବାରମେର ଆସିଥିଲେ । ତେବେ ପାଣି ଟ୍ୟାଙ୍କରେ ଖସିପଡି ତାଙ୍କର ଜୀବନ ଯାଇଛି । ଏକାଠି ଦୁଇ ଯାଆଁଳା ଭାଇଙ୍କ ଅନ୍ତିମ ସଂସ୍କାର ହୋଇଛି ।

୨୬ ବର୍ଷ ପୂର୍ବେ ଦୁଇ ଭାଇ ଜନ୍ମଗ୍ରହଣ କରିଥିଲେ । ପାଠ ପଢା ସାରିବା ପରେ ଦୁହେଁ ଚାକିରି ପାଇଁ ଅଲଗା ଅଲଗା ରାଜ୍ୟରେ ରହୁଥିଲେ । ତେବେ ଦୁଇ ଭାଇଙ୍କର ଏକାଠି ମୃତ୍ୟୁ ହୋଇଥିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପରିବାର ଲୋକେ ଏମିତି କେମିତି ସମ୍ଭବ ହେଲା ଏହାକୁ ନେଇ ଚକିତ ରହିଛନ୍ତି । ତେବେ ଦୁଇ ଦିନରେ ଦୁଇ ଭାଇଙ୍କର ମୃତୁ୍ୟୁ ଏକ ସଂଯୋଗ ହୋଇପାରେ ବୋଲି ସମସ୍ତେ ଭାବୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.