ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍‌, ୫ ହଜାର ନିବେଶରେ ପାଆନ୍ତୁ ୮ ଲକ୍ଷ ଜାଣନ୍ତୁ କେମିତି

ପୋଷ୍ଟ ଅଫିସରେ ଟଙ୍କା ଲଗାଉଥିବା ଲୋକଙ୍କ ପାଇଁ ଭଲ ଖବର। ଆଜି ବି ନିବେଶ ପାଇଁ ବେଷ୍ଟ ଅପ୍ସନ ରହିଛି, ଯାହା ହେଉଛି ପୋଷ୍ଟ ଅଫିସ। ଏଠାରେ ଭଲ ରିଟର୍ଣ୍ଣ ସହିତ ଟଙ୍କାର ଗ୍ୟାରେଣ୍ଟୀ ମଧ୍ୟ ମିଳିଥାଏ। ତେଣୁ ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫତଦର ଆରଡି ବା ରିକରିଙ୍ଗ୍‌ ଡିପୋଜିଟ୍‌ ବିଷୟରେ କହିବାକୁ ଯାଉଛୁ। ଯାହା ଜରିଆରେ ଆପଣ ୫୦୦୦ ଟଙ୍କାର ନିବେଶରେ ଲକ୍ଷପତି ବନିପାରିବେ।

ପୋଷ୍ଟ ଅଫିସର ୫ ବର୍ଷର ଆରଡି ଉପରେ ଆପଣଙ୍କୁ ବର୍ତ୍ତମାନ ୫.୮ ପ୍ରତିଶତ ଦରରେ ସୁଧର ଫାଇଦା ମିଳୁଛି। ଏହି ସ୍କିମରେ ଆପଣଙ୍କୁ ଅତିକମରେ ୧୦୦ ଟଙ୍କାର ନିବେଶ କରିବାକୁ ହେବ। ଏଥିରେ ଆପଣ ସିଙ୍ଗଲ ଆକାଉଣ୍ଟ ମଧ୍ୟ ଓପନ କରିପାରିବେ। ଏହାସହିତ ୩ ଆଡଲ୍ଟ ମଧ୍ୟ ମିଶି ଜଏଣ୍ଟ ଆକାଉଣ୍ଟ ଓପନ କରିପାରିବେ।
ଆପଣଙ୍କୁ ଏହି ସ୍କିମରେ ୧୦ ମଲ୍ଟିପଲ୍‌ ଟଙ୍କା ଜମା କରିବାକୁ ହେବ। ଆପଣଙ୍କୁ ଏଥିରେ ଟଙ୍କା ଜମା କରିବାକୁ ହୋଇଥାଏ। ଯଦି ଆପଣ ଏହାର କିସ୍ତି ଦେବାରେ ବିଳମ୍ବ କରିଛନ୍ତି କିମ୍ବା ଭୁଲି ଯାଇଛିଛନ୍ତି ତାହେଲେ ଆପଣଙ୍କୁ ଲେଟ ଫିସ୍‌ ଦେବାକୁ ହୋଇଥାଏ।

ଯଦି ଆପଣ ଏହି ସ୍କିମରେ ମାସକୁ ୫୦୦୦ ଟଙ୍କା ଜମା କରୁଛନ୍ତି ତାହେଲେ ଆପଣଙ୍କୁ ସ୍କିମ ଉପରେ ୫.୮ ପ୍ରତିଶତ ଦରରେ ଫାଇଦା ମିଳିଥାଏ। ଯଦି ଆପଣ ୫ ବର୍ଷ ପର୍ଯ୍ୟନ୍ତ ଲଗାତର ନିବେଶ କରୁଛନ୍ତି ତାହେଲେ ଆପଣଙ୍କୁ ୩ ଲକ୍ଷ ୪୮ ହଜାର ୪୮୦ ଟଙ୍କା ମିଳିବ।

ଏଥିରେ ଆପଣଙ୍କ ଜମା ରାଶି ୩ ଲକ୍ଷ ଟଙ୍କା ହେବ। ଏହା ଉପରେ ଆପଣଙ୍କୁ ପ୍ରାୟ ୧୬ ପ୍ରତିଶତ ରିଟର୍ଣ୍ଣ ମିଳିବ। ନିୟମ ମୁତାବକ ଏହି ସ୍କିମକୁ ଆପଣ ୫ ବର୍ଷ ପାଇଁ ବଢ଼ାଇ ବି ପାରିବେ।

ଯଦି ଆପଣ ଏହି ସ୍କିମକୁ ୫ ବର୍ଷ ପାଇଁ ବଢ଼ାଉଛନ୍ତି ତାହେଲେ ଆପଣଙ୍କ ଆରଡି ୧୦ ବର୍ଷ ପାଇଁ ହୋଇଯିବ। ଏଥିରେ ଆପଣଙ୍କୁ ୮ ଲକ୍ଷ ୧୩ ହଜାର ୨୩୨ ଟଙ୍କା ମ୍ୟାଚୁରିଟୀ ଆକାରରେ ମିଳିବ। ଏଥିରେ ଆପଣଙ୍କ ମୋଟ ଜମା ରାଶି ୬ ଲକ୍ଷ ଟଙ୍କା ହେବ ଏବଂ ତାଉପରେ ଆପଣଙ୍କୁ ସୁଧର ବି ଫାଇଦା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.