Below header

ଟ୍ୱିଟର କିଣିବା ନେଇ ନିଜ ତରଫରୁ ଡିଲକୁ ରଦ୍ଦ କଲେ ଏଲନ୍ ମସ୍କ, କଂପାନୀ କରିବ ମକଦ୍ଦମା

ନୂଆଦିଲ୍ଲୀ: ଏଲନ୍ ମସ୍କ, ଟ୍ୱିଟର ବୁଝାମଣା ନିଜ ତରଫରୁ ବାତିଲ କରିଦେଇଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଗତ ଏପ୍ରିଲ ୨୫ ତାରିଖରେ ଟୁଇଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ଦେଇଥିଲା । ମାତ୍ର ପରେ ଏହା ୪୪ ବିଲିୟନ ଡଲାରକୁ ଖସିଥିଲା । ଶୁକ୍ରବାର ମସ୍କ କହିଛନ୍ତି ଯେ ସେ ଟ୍ୱିଟରକୁ କିଣିବା ପାଇଁ ତାଙ୍କର ୪୪ ବିଲିୟନ ଡଲାରର ଚୁକ୍ତିକୁ ସମାପ୍ତ କରୁଛନ୍ତି । ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଫେକ୍ ଆକାଉଣ୍ଟ ବିଷୟରେ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଛି । ତେଣୁ ସେ ଡିଲ୍ ବାତିଲ କରୁଛନ୍ତି ବୋଲି କହିଛନ୍ତି ।

ଏହି ବୁଝାମଣାରୁ ହଟିବା ପରେ ଏବେ ଏଲନ ମାକ୍ସଙ୍କ ଉପରେ ଟୁଇଟର ମୋକଦ୍ଦମା କରିବାକୁ ଅଣ୍ଟା ଭିଡିଛି । ଅନେକ ସପ୍ତାହ ପର୍ଯ୍ୟନ୍ତ ଚାଲିଥିବା ଟେକ୍ ୱାର୍ଲ୍ଡର ଏହି ହାଇ ଭୋଲଟେଜ ଡ୍ରାମାରେ ନୂଆ ମୋଡ଼ ନେଇସାରିଛି । ଏଲନ ମସ୍କ କହିଛନ୍ତି ଯେ, ଟୁଇଟର ବୁଝାମଣାର ଅନେକ ସର୍ତ୍ତ ଉଲ୍ଲଂଘନ କରିଛନ୍ତି । ଏଥି ପାଇଁ ବୁଝାମଣାରୁ ହଟୁଛି ।

ଏବେ ଟ୍ରେଡିଂରେ ଟ୍ୱିଟରର ସେୟାର ୭% ହ୍ରାସ ପାଇଛି । ମସ୍କ ଏପ୍ରିଲରେ ପ୍ରତି ସେୟାର ପିଛା ୫୪.୨୦ ଡଲାର ଅଫର କରିଥିଲେ । ଅନ୍ୟପଟେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଟ୍ୱିଟରର ଅଧ୍ୟକ୍ଷ ବ୍ରେଟ୍ ଟେଲୋ କହିଛନ୍ତି ଯେ, ବୋର୍ଡ ଏହି ମିଶ୍ରଣ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛି । ମସ୍କଙ୍କ ସହ ସହମତି ହୋଇଥିବା ମୂଲ୍ୟ ଏବଂ ସର୍ତାବଳୀ ଉପରେ କାରବାର ବନ୍ଦ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ମସ୍କଙ୍କ ଓକିଲ ଟ୍ୱିଟରରେ ଲେଖିଛନ୍ତି ଯେ, ସେମାନେ ଚୁକ୍ତି ବାତିଲ କରୁଛନ୍ତି । କାରଣ ଟ୍ୱିଟର ଚୁକ୍ତିର ଉଲ୍ଲଙ୍ଘନ କରିଛି । ଟ୍ୱିଟର୍ ଭ୍ରମିତ କଲା ଭଳି କାମ କରିଛି । ମସ୍କ ଟ୍ୱିଟର ପ୍ରତି ବିଶ୍ୱାସ କରିଥିଲେ ଯାହା ଭୁଲ ଥିଲା । ଟ୍ୱିଟର କହିଛି ଯେ, କମ୍ପାନୀ ଏହି ଚୁକ୍ତିକୁ ପୂରଣ କରିବାକୁ ଚାହୁଁଛି । ତେଣୁ ସେମାନେ ଆଇନର ଆଶ୍ରୟ ନେବେ । ଟ୍ୱିଟରର ଚେୟାରମ୍ୟାନ୍ ବ୍ରେଟ୍ ଟେଲର କହିଛନ୍ତି ଯେ, ଟ୍ୱିଟର ବୋର୍ଜ ଏଲନ ମସ୍କଙ୍କ ସହ କରିଥିବା ଡିଲକୁ ପୁରା କରିବାକୁ ଚାହୁଁଛି । ତେଣୁ ସେମାନେ ଲିଗାଲ ଆକ୍ସନ ନେବାକୁ ପ୍ରସ୍ତୁତ ଅଛନ୍ତି । କୋର୍ଟ ସେମାନଙ୍କୁ ନ୍ୟାୟ ଦେବେ ବୋଲି ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.