ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା, ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଏଥିପାଇଁ ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ତିନି ରଥରେ ବି ଚାରମାଳ ବନ୍ଧା ଶେଷ ହୋଇଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି। ଏହାପରେ ସାଢ଼େ ୨ଟାରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

ଅନ୍ଯପଟେ ଆଜି ହରିଶୟନ ଏକାଦଶୀ । ଏଥିପାଇଁ ବି ଶ୍ରୀମନ୍ଦିର ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏନେଇ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ତେବେ ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। ଗତ ଦୁଇବର୍ଷ ଧରି ଭକ୍ତ ମହାପ୍ରଭୁଙ୍କ ରାଜରାଜେଶ୍ୱରର ବେଶ ଦର୍ଶନରୁ ବଞ୍ଚିତ ଥିଲେ। ତେଣୁ ଏବର୍ଷ ପୁରୀକୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ  ରାତି ଗୋଟାଏ ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.