Below header

ୟୁପି-ଏନସିଆର ଷ୍ଟେସନରେ ବିସ୍ଫୋରଣ ଧମକ ଦେଇଥିବା ଦୁଇ ଆତଙ୍କବାଦୀ ଗିରଫ

ସାମଲୀ : ଉତ୍ତରପ୍ରଦେଶ ଏବଂ ଏନସିଆରର ରେଳ ଷ୍ଟେସନରେ ୭୨ ଘଣ୍ଟା ମଧ୍ୟରେ ବୋମା ବିସ୍ଫୋରଣ କରିବା ପାଇଁ ଧମକ ଦେଇଥିବା ଦୁଇ ଆତଙ୍କବାଦୀଙ୍କୁ ସାମଲି ପୋଲିସ ଗିରଫ କରିଛି। ଏହି ଦୁଇ ଆତଙ୍କବାଦୀ ମେରଠ ଥାନା ଅନ୍ତର୍ଗତ କଙ୍କରଖେଡାର ବାସିନ୍ଦା ବୋଲି ଜଣାପଡିଛି। ଦୁହିଁଙ୍କ ନିକଟରୁ ଧମକ ପାଇଁ ବ୍ୟବହାର ହୋଇଥିବା ତିନିଟି ମୋବାଇଲ ଜବତ କରାଯାଇଛି। ତେବେ ଏହି ଦୁଇ ଆତଙ୍କବାଦୀ କୌଣସି ସଂଗଠନ ସହ ଜଡିତ ରହିଛନ୍ତି କି ନାହିଁ ତାହାର ତଦନ୍ତ ଚଲାଇଛି ପୋଲିସ।

shamli police

ପୋଲିସ ସୂଚନା ମୁତାବକ, ଏପ୍ରିଲ ୨୦ ତାରିଖ ଦିନ ସାମଲି ପୋଲିସ ଅଧିକ୍ଷକଙ୍କ ଅଫିସିଆଲ ମେଲ ଆଇଡିକୁ ରାଜା ନାମକ ମେଲ ଆଇଡିରୁ ଉତ୍ତରପ୍ରଦେଶ ଏନସିଆର ସମ୍ବନ୍ଧିତ ସମସ୍ତ ରେଳ ଷ୍ଟେସନରେ ୭୨ ଘଣ୍ଟା ମଧ୍ୟରେ ବୋମା ବିସ୍ଫୋରଣ କରାଯିବ ବୋଲି ଧମକପୂର୍ଣ୍ଣ ମେଲ ଆସିଥିଲା। ଧମକକୁ ଗମ୍ଭୀରତାର ସହ ତଦନ୍ତ କରାଯିବା ପରେ ଏବେ ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏବେ ଦୁହିଁଙ୍କୁ ପଚରାଉଚରା କରାଯାଉଥିବା ବେଳେ ଘଟଣାର ତଦନ୍ତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.