ସାବଧାନ ! ମାତିଛନ୍ତି ଚେନ୍‌ ଲୁଟେରା, ସିସିଟିଭିରେ କଏଦ ହେଲା ଭିିଡ଼ିଓ

ସାବଧାନ ! ମାତିଛନ୍ତି ଚେନ୍‌ ଲୁଟେରା । ବାଟଘାଟରେ ମହିଳାଙ୍କୁ ଏକୁଟିଆ ପାଇଁ ବେକରୁ ଚେନ୍‌ ଧରି ଚମ୍ପଟ ମାରୁଛନ୍ତି ଦୁର୍ବୃତ୍ତ। ସିସିଟିଭିରେ କଏଦ ହୋଇଥିବା ଦିଲ୍ଲୀର ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଇନ୍ଦରପୁର ଅଞ୍ଚଳରେ ଘଟିଥିଲା ଏହି ଲୁଟ୍‌। ଜଣେ ମହିଳା ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଥିଲେ। ହଠାତ୍‌ ବାଇକରୁ ଓହ୍ଲାଇ ପଛପଟରୁ ମହିଳାଙ୍କ ଉପରେ ଝାମ୍ପ ମାରିଥିଲେ ଜଣେ ଯୁବକ। ଜୋରଜବରଦସ୍ତ ତାଙ୍କ ବେକରୁ ଚେନ୍‌ ଛିଣ୍ଡାଇବାକୁ ଉଦ୍ୟମ କରିଥିଲେ। ଏପରିକି ମହିଳା ଜଣଙ୍କୁ ତଳେ ପକାଇ ଦେଇଥିଲା ଲୁଟେରା। ଶେଷରେ ଚେନ୍‌ ଧରି ଘଟଣାସ୍ଥଳରୁ ଛୁ ମାରିଥିଲା। ସାଙ୍ଗରେ ବାଇକ ଧରି ଆସିଥିବା ଅନ୍ୟ ଜଣେ ଲୁଟେରାଙ୍କ ସହ ଫେରାର୍‌ ହୋଇଯାଇଥିଲା ଦୁର୍ବୃତ୍ତ। ପାଖରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଥିଲା ଭିିଡ଼ିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.