ସାମ୍ନାକୁ ଆସିଲା ୱାଟସନଙ୍କ ଯନ୍ତ୍ରଣାଦାୟକ ଭିଡିଓ, ଆଘାତ ପରେ ଭଲ ଭାବରେ ଚାଲି ପାରୁନାହାନ୍ତି ଏହି ଖେଳାଳି

ଫାଇନାଲରେ ରକ୍ତ ଜୁଡୁବୁଡୁ ଆଣ୍ଠୁରେ ମଧ୍ୟ ୮୦ ରନ କରି ଚେନ୍ନାଇର ବିଜୟ ଲକ୍ଷ୍ୟରେ ଥିଲେ ସେନ ୱାଟସନ। ଆଘାତ ପରେ ମଧ୍ୟ ସେ ଖେଳୁଥିବାର ଫଟୋ ଭାଇରାଲ ହୋଇଥିଲା। କିନ୍ତୁ ଏବେ ତାହାର ଭିଡିଓ ସାମ୍ନାକୁ ଆସିଛି। ଇଣ୍ଟରନେଟରେ ଏବେ ବହୁତ କ୍ଷୀପ୍ର ବେଗରେ ଭାଇରାଲ ହେଉଥିବା ଏହି ଭିଡିଓରେ ୱାଟସନ ଭଲ ଭାବରେ ଚାଲି ପାରୁନାହାନ୍ତି।

ଭିଡିଓରେ ୱାଟସନ ଛୋଟେଇ ଛୋଟେଇ ଏୟାରପୋର୍ଟରେ ଚାଲୁଥିବାର ନଜର ଆସୁଛି। ମୁମ୍ବାଇ ବିରୁଦ୍ଧରେ ଫାଇନାଲ୍‌ ମୁକାବିଲାରେ ଆଘାତ ପାଇ ଖେଳିବା ପରେ ୱାଟସନଙ୍କର ୬ଟା ଷ୍ଟିଚ୍‌ ପଡିଥିଲା।

ଗତ ମେ ୧୨ ତାରିଖରେ ହୋଇଥିବା ଏହି ଫାଇନାଲରେ ଏହି କଙ୍ଗାରୁ ଖେଳାଳି ପ୍ରାୟ ଚେନ୍ନାଇକୁ ଟାଇଟଲ୍‌ର ନିକଟତର କରି ଦେଇଥିଲେ । କିନ୍ତୁ ଶେଷ ଓଭରରେ ରନ୍ଆଉଟ ହେବା ପରେ ହିଁ ଚେନ୍ନାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ମୁକୁଟ ପିନ୍ଧି ପାରିଲା ନାହିଁ।

ସେହି ମ୍ୟାଚରେ ୱାଟସନ୍ ତାଙ୍କ ଆଘାତ ବିଷୟରେ କାହାକୁ ବି କହିନଥିଲେ। ଏହି କଥାକୁ ହରଭଜନ ସିଂହ ପ୍ରକାଶ କରିଥିଲେ। ସେ ଜଣାଇଥିଲେ ଯେ ଯେତେବେଳେ ଏ ବିଷୟରେ ୱାଟସନଙ୍କ ଫ୍ୟାନ୍ସ ଜାଣି ପାରିଲେ ତେବେ ତାଙ୍କୁ ସମସ୍ତେ ସଲାମ କଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.