ବାତ୍ୟା ଫନିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି କଳିଙ୍ଗ ଷ୍ଟାଡିୟମ । ଆଗକୁ ଏଫଆଇଏଚ୍ ସିରିଜ୍ ହେବାକୁ ଥିବା ବେଳେ ତା ପୂର୍ବରୁ କଳିଙ୍ଗ ଷ୍ଟାଡିୟମର କ୍ଷୟକ୍ଷତି ବୁଲି ଦେଖିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ଗତକାଲି କେନ୍ଦ୍ରୀୟ ଟିମ୍ ସହ ହକି କମ୍ପ୍ଲେକ୍ସ ଅନୁଧ୍ୟାନ କରିଛନ୍ତି କ୍ରୀଡା ସଚିବ ବିଶାଲ ଦେବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ। ବିଶ୍ୱକପ୍ର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟା଼ଡିୟମରେ ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ପ୍ରତିଯୋଗିତା । ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା କଳିଙ୍ଗ ଷ୍ଟାଡିୟମର ମରାମତି ଆରମ୍ଭ ହୋଇଛି। ଫନିରେ ତୀବ୍ର ପବନ ଓ ବର୍ଷା ପାଇଁ ଅନେକ ସ୍ଥାନରେ ଟର୍ଫ କଟି ନଷ୍ଟ ହୋଇଯାଇଛି। ନଷ୍ଟ ହୋଇଥିବା ଟର୍ଫକୁ କାଟି ଦିଆଯାଇ ସେଠାରେ ନୂଆ ଟର୍ଫ ପକାଯାଉଛି। ଏଫଆଇଏଚ୍ ସିରିଜ୍ ଫାଇନାଲ ଲାଗି ଆସନ୍ତା ୨୫ରୁ ଦଳ ପହଞ୍ଚିବା ଆରମ୍ଭ କରିବେ ବୋଲି ଜଣାପଡିଛି।