ଜମ୍ମୁକଶ୍ମୀର: ଅନୁପ୍ରବେଶ ଉଦ୍ୟମ ବେଳେ ଗିରଫ ହେଲେ ୨ ଲସ୍କର ଆତଙ୍କବାଦୀ, ଭିଡିଓ ଜାରି କଲା ସେନା
ଅନୁପ୍ରବେଶ ଉଦ୍ୟମ ବେଳେ ଗିରଫ ହେଲେ ୨ ଲସ୍କର ଆତଙ୍କବାଦୀ। ଭାରତ ମାଟିରେ ପାକିସ୍ତାନ ଅଶାନ୍ତି ଓ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବେଳେ ଧରା ପଡ଼ିଛନ୍ତି ଦୁଇ ଆତଙ୍କବାଦୀ। ଏନେଇ ଭାରତୀୟ ସେନାବାହିନୀ ପକ୍ଷରୁ ଚିନାର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେଜିଏସ ଢିଲୋନ ଓ ଜମ୍ମୁ କଶ୍ମୀର ପୋଲିସ ଡିଜିପି ମୁନୀର ଖାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ଏହା ସହ ଗିରଫ ଲସ୍କର ଆତଙ୍କବାଦୀଙ୍କ ଭିଡିଓ ମଧ୍ୟ ଜାରି କରାଯାଇଛି।