ଦୁନିଆର ଏକମାତ୍ର ଓକିଲ, ଯିଏକି ସଂସ୍କୃତ ଭାଷାରେ ଲଢ଼ୁଛନ୍ତି କେସ୍‌

ଦେବଭାଷା କହିବାର ଅଧିକାର କେବଳ ସଂସ୍କୃତ ଭାଷାକୁ ରହିଛି। ଏହି ଭାଷା ବହୁତ ପ୍ରାଚୀନ। କୁହାଯାଏ, ସଂସ୍କୃତ ଭାଷା ଜାଣିଥିବା ଲୋକ ଦୁନିଆର କୌଣସି କଠିନ ଭାଷା ମଧ୍ୟ ଶିଖିପାରିବ । ଏହି ଭାଷା ଜରିଆରେ ଆପଣ କଠିନରୁ କଠିନ ଭାଷାର ଉଚ୍ଚାରଣ ମଧ୍ୟ କରିପାରିବେ। ଆଜିକାଲି ଭାରତୀୟ ଯୁବପିଢି ବିଦେଶୀ ଭାଷା କହିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ବିଦେଶରେ ସଂସ୍କୃତ ଭାଷାର ବେଶ ଚାହିଦା ରହିଛି। ଆସନ୍ତୁ ଆପଣଙ୍କୁ ଏପରି ଜଣେ ଓକିଲଙ୍କ ବିଷୟରେ ଜଣାଇବୁ, ଯିଏକି କୋର୍ଟରେ କେସ୍‌ ଲଢିବା ବେଳେ ନା ଇଂଲିଶ, ନା ହିନ୍ଦୀ କୌଣସି ଭାଷାରେ ନ କହି ସଂସ୍କୃତ ଭାଷାରେ କେସ ଲଢିଥାନ୍ତି। ତାଙ୍କର ନାମ ପଣ୍ଡିତ ଶ୍ୟାମଜୀ ଉପାଧ୍ୟାୟ। ସେ ୧୯୭୬ ମସିହାରୁ ସଂସ୍କୃତରେ ଓକିଲାତି କରୁଛନ୍ତି। ଶ୍ୟାମଜୀ ଭାରତର ଏକମାତ୍ର ଓକିଲ ଯିଏକି ସଂସ୍କୃତ ଭାଷାରେ କେସ ଲଢୁଛନ୍ତି। ସେବେଠୋରୁ ଏପର୍ଯ୍ୟନ୍ତ ସଂସ୍କୃତ ଭାଷାରେ ସେ ଓକିଲାତିର ସମସ୍ତ କାର୍ଯ୍ୟ କରୁଛନ୍ତି।

768

କିନ୍ତୁ ଶ୍ୟାମଜୀ ସଂସ୍କୃତ ଭାଷାକୁ ନେଇ କୋର୍ଟରେ କେସ୍‌ ଲଢିବାର ଏକ ଅଦ୍ଭୁତ କାହାଣୀ ରହିଛି। ଛୋଟ ବେଳେ ପାଠ ପଢୁଥିବା ବେଳେ ତାଙ୍କ ବାପା କୌଣସି କାମରେ କୋର୍ଟକୁ ଯାଇଥିଲେ। ତାଙ୍କ ବାପା ଗାଁର କୌଣସି ଲୋକଙ୍କ ସହିତ କଥା ହେବା ବେଳେ କହିଥିଲେ କି କୋର୍ଟରେ କେବଳ ହିନ୍ଦୀ, ଉର୍ଦ୍ଦୁ ଏବଂ ଇଂଲିଶ ଭାଷାରେ ହିଁ କାମ କରାଯାଇଥାଏ। ଏହି କଥା ଶ୍ୟାମଜୀଙ୍କ ମନକୁ ଆଘାତ ଦେଇଥିଲା। ସେ ଭାବିଥିଲେ ଯଦି ଏହି ସବୁ ଭାଷାରେ କାମ ହେଉଛି ତେବେ ସଂସ୍କୃତରେ କ’ଣ ପାଇଁ ହେବନାହିଁ। ସେବେଠାରୁ ସେ ନିଷ୍ପତ୍ତି କରିଥିଲେ ଯେ, ସଂସ୍କୃତ ଭାଷାରେ ଓକିଲାତି ହିଁ କରିବେ। ଏହାପରେ ଶ୍ୟାମଜୀ ସଂପୂର୍ଣ୍ଣାନନ୍ଦ ସ୍ୱରସତୀ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ଓକିଲାତି ପାସ କରି ବାରଣାସୀ କୋର୍ଟରେ ଓକିଲାତି କରୁଛନ୍ତି। ସଂସ୍କୃତ ଭାଷା ବହୁତ ସରଳ ଭାଷା। ଜୀବତ ରହିଥିବା ପର୍ଯ୍ୟନ୍ତ ସେ ଏହି ଭାଷାରେ କାମ କରିବେ ବୋଲି ଶ୍ୟାମଜୀ କହିଛନ୍ତି।

ଏହାସହ ପଢ଼ନ୍ତୁ ; ବିଶ୍ୱର ପ୍ରଥମ ନିରାମିଷ ରେଷ୍ଟୁରାଣ୍ଟ, ଯେଉଁଠାରେ ମିଳୁଛି ଶାକାହାରୀ ଭୋଜନ ପ୍ରସ୍ତୁତ କରିବାର ଟ୍ରେନିଂ

shyamji-1

କୋର୍ଟରେ ଶ୍ୟାମଜୀ ସଂସ୍କୃତ ଭାଷାରେ ତର୍କ କରିବା ଠାରୁ ଆରମ୍ଭ କରି ବିଭିନ୍ନ କାଗଜପତ୍ର ମଧ୍ୟ ସଂସ୍କୃତରେ ଦାଖଲ କରନ୍ତି। ତାଙ୍କର ଏହି ସଂସ୍କୃତ ଭାଷାକୁ ନେଇ କେବେ ହେଲେ କେହି କୋର୍ଟରେ ବାରଣ କରିନାହାନ୍ତି ବରଂ ସମସ୍ତେ ଅଧିବକ୍ତାଙ୍କ ଭାଷାରେ ଖୁସି ହୋଇଥାନ୍ତି। ଯଦି କୌଣସି ବିଚାରପତି କିମ୍ବା କୋର୍ଟର ଅନ୍ୟ ସଦସ୍ୟ ତାଙ୍କର ଏହି ସଂସ୍କୃତ ଭାଷାକୁ ନେଇ କିଛି ବି ପ୍ରଶ୍ନ କରନ୍ତି, ସେ ଏହାକୁ ହିନ୍ଦୀରେ ଅନୁବାଦ କିମ୍ବା ଇଂଲିଶରେ ଅନୁବାଦ କରି ଶୁଣାଇଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.