Below header

ବନ୍ଦୀ ଜୀବନରୁ ମିଳିଲା ମୁକ୍ତି: ଦୀର୍ଘ ୧୨ ବର୍ଷ ପରେ ସ୍ୱଦେଶ ଫେରିଲେ ୪ ବାଂଲାଦେଶୀ

ବନ୍ଦୀ ଜୀବନରୁ ମିଳିଲା ମୁକ୍ତି। ଦୀର୍ଘ ୧୨ ବର୍ଷ ପରେ ସ୍ୱଦେଶ ଫେରିଲେ ୪ ବାଂଲାଦେଶୀ। ଗତକାଲି ବାଲେଶ୍ୱର ପୋଲିସ ଏମାନଙ୍କୁ ବାଂଲାଦେଶୀ ଗାର୍ଡ ପୋଲିସକୁ ହସ୍ତାନ୍ତର କରାଯାଇଛି। ଆଉ ସ୍ୱଦେଶ ଫେରିବା ପରେ ସମସ୍ତେ ଭାବବିହ୍ଵଳ ହୋଇପଡିଥିଲେ। ୨୦୦୭ରେ ସିରିଜ ଡକାୟତି ମାମଲାରେ ବାଲେଶ୍ୱର ଟାଉନ ଥାନା ପୋଲିସ ୬ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ମିଳିଥିଲା ୧୪ ବର୍ଷ ଜେଲ ଦଣ୍ଡ। ୬ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହୋଇଥିଲେ। ବାଲେଶ୍ୱର ଜେଲରେ ରହିଥିଲେ ୪ଜଣ। ଭଲ ଆଚରଣ ଯୋଗୁଁ ଦୁଇ ବର୍ଷ ଆଗରୁ ୪ ଜଣଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ହେଲେ ବନ୍ଦୀ ମୁକ୍ତ ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନରେ ବହୁ ବାଧାବିଘ୍ନ ଉପୁଜିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା କାରାଗାରରେ ରଖାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.