ଏବେ ଫେସ୍‌ବୁକ୍‌ ସମସ୍ତଙ୍କ ପାଇଁ ଜାରି କଲା ଫେସ୍‌ ରେକଗ୍ନିସନ୍‌, କିନ୍ତୁ ହଟାଇଲା ଏହି ଫିଚର

ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ଫେସିଆଲ ରେକଗ୍ନିସନ୍‌ ଫିଚରକୁ ସମସ୍ତ ୟୁଜର୍ସଙ୍କ ଲାଗି ଜାରି କରିଛି। ମାତ୍ର କମ୍ପାନୀ ଏଥିରୁ ଟ୍ୟାଗିଙ୍ଗ୍‌ ଫିଚରକୁ ହଟାଇ ଦେଇଛି। ଫେସ୍‌ ରେକଗ୍ନିସନ୍‌ ଫିଚରକୁ ଫେସବୁକ୍‌ ଗତବର୍ଷ ଲଞ୍ଚ କରିଥିଲା।

ଫଟୋ ରିଭିୟୁ ନାମରେ ଗତବର୍ଷ ଫେସ୍‌ବୁକ୍‌ ଏହି ଫିଚର ଆରମ୍ଭ କରିଥିଲା। ଏହି ସ୍ୱତନ୍ତ୍ର ଫିଚର ଯେକୌଣସି ଫଟୋରେ ଆପଣଙ୍କ ଫେସ୍‌ ଚିହ୍ନି ଆଲର୍ଟ କରୁଥିଲା। ଉଦାହରଣ ସ୍ୱରୂପ, ଯଦି କେହି ଆପଣଙ୍କ ଫଟୋକୁ ଫେସ୍‌ବୁକ୍‌ରେ ଅପଲୋଡ୍‌ କରିଛି ଏବଂ ଆପଣଙ୍କୁ ଟ୍ୟାଗ୍‌ କରାଯାଇନାହିଁ, ତ ସେଭଳି କ୍ଷେତ୍ରରେ ଫେସ୍‌ବୁକ୍‌ ଆପଣଙ୍କୁ ନୋଟିଫିକେସନ୍‌ ପଠାଇ ସେହି ଫଟୋ ଅପଲୋଡ୍‌ ହେବା କଥା କି ନାହିଁ ପ୍ରଶ୍ନ କରିଥାଏ।

ଏହାସହ ପଢ଼ନ୍ତୁ: ମୋବାଇଲ୍‌ରେ ନିଶ୍ଚୟ ଇନ୍‌ଷ୍ଟଲ୍‌ କରନ୍ତୁ ଏହି ଆପ୍‌, ଦେବାକୁ ପଡ଼ିବନି ଫାଇନ୍‌

ଏଥିସହ ଫେସ୍‌ବୁକ୍‌ ଟ୍ୟାଗ୍‌ ଅପ୍ସନ୍‌କୁ ମଧ୍ୟ କାଟିବାକୁ ଯୋଜନା କରୁଛି। ଫେସ୍‌ ରେକଗ୍ନିସନ୍‌ ଉପରେ ଫେସ୍‌ବୁକ ଟିମ୍‌ ଅଧିକ ଧ୍ୟାନ ଦେଉଥିବା କମ୍ପାନୀ ତରଫରୁ କୁହାଯାଇଛି। ତେବେ ଟ୍ୟାଗ୍‌ ଫିଚରକୁ କମ୍ପାନୀ ବର୍ତ୍ତମାନ ହଟାଇନାହିଁ। ୟୁଜର୍ସ ସେଟିଂକୁ ଯାଇ ଏହି ଫିଚର ଅନ୍‌ କିମ୍ବା ଅଫ୍‌ କରିପାରିବେ। ଅନ୍‌ ହେବା ପରେ ଯଦି କେହି ଫେସ୍‌ବୁକ୍‌ରେ ଆପଣଙ୍କ ଫଟୋ ଅପଲୋଡ୍‌ କରିବ ତ ଆପଣଙ୍କୁ ଏକ ନୋଟିଫିକେସନ୍‌ ଆସିବ।