ବିଦ୍ୟୁତ୍ ତାର ନେଲା ୩ଟି ଜୀବନ: ଲୁହା ତାରରେ ଲୁଗା ଶୁଖାଇବାବେଳେ ସ୍ୱାମୀ-ସ୍ତ୍ରୀ ମୃତ, ସାନ ଭଉଣୀର ଜୀବନ ବଞ୍ଚାଇବାକୁ ଯାଇ ଗଲା ବଡ ଭାଇର ଜୀବନ
ବଲାଙ୍ଗିର(କେନ୍ୟୁଜ୍): ବିଦ୍ୟୁତ୍ ତାର ନେଲା ଜୀବନ। ଗୋଟିଏ ଦିନରେ ଗଲା ତିନି ତିନୋଟି ଜୀବନ। ଲୁହା ତାରରେ ଲୁଗା ଶୁଖାଇବାବେଳେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଆଗଲପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମହିଳା ଜଣକ ଛାତ ଉପରେ ଲୁଗା ଶୁଖାଉଥିବାବେଳ ବିଦ୍ୟୁତ୍ ତାର ସଂଶ୍ପର୍ଶରେ ଆସିଥିଲେ। ପରେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।
ସାନ ଭଉଣୀର ଜୀବନ ବଞ୍ଚାଇବାକୁ ଯାଇ ଗଲା ବଡ ଭାଇର ଜୀବନ
ସେପଟେ କଣ୍ଟାବାଞ୍ଜି ମୁରିବାହାଲ ଥାନା ଗୁରୁଣ୍ଡା ଗାଁରେ ଘଟିଛି ହୃଦୟ ବିଦାରକ ଘଟଣା। ସାନ ଭଉଣୀର ଜୀବନ ବଞ୍ଚାଇବାକୁ ଯାଇ ଗଲା ବଡ ଭାଇର ଜୀବନ। ମୃତକ କର୍ଣ୍ଣଦାନୀ। ଆଜି ସକାଲେ ଭଉଣୀ ପ୍ରେମଲତା ଘର ଓଳାଇବା ସମୟରେ ଗଣେଶ ପୂଜା ପାଇଁ ଲାଗିଥିବା ଲିଚୁ ଲାଇଟ୍ ସଂଶ୍ପର୍ଶରେ ଆସିଥିଲେ। ଭଉଣୀକୁ କରେଣ୍ଟ ଲାଗିଥିବା ଦେଖି ଭାଇ ତାକୁ ବଞ୍ଚାଇବାକୁ ଆସି ନିଜେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ଫର୍ଶରେ ଆସିଥିଲେ। ଦୁଇ ଜଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଭାଇ କର୍ଣ୍ଣଦାନୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଅଘଟଣକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।