ପ୍ରଭୁ ଗଜାନନଙ୍କୁ ପୂଜା କଲେ ପ୍ରେମ ହୋଇଥାଏ ସଫଳ, ଜାଣନ୍ତୁ କେଉଁଠାରେ ଅବସ୍ଥିତ ଏହି ମନ୍ଦିର
ମହାବିନାୟକ ଶ୍ରୀ ଗଣେଶ ତ ବିଭିନ୍ନ ରୂପରେ ପୂଜା ପାଇଥାନ୍ତି, ତେଣୁ ଭିନ୍ନ ଭିନ୍ନ ନାମରେ ଗଣେଶଙ୍କୁ ମଧ୍ୟ ପୂଜା କରାଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗଣେଶଙ୍କ ବିଷୟରେ କହିବୁ ଯାହାଙ୍କୁ ପ୍ରେମୀ ଗଣେଶ ବା ଇସକିୟା ଗଣେଶ ଭାବରେ ଡକାଯାଇଥାଏ । ରାଜସ୍ଥାନ ଯୋଧପୁର ସହରରେ ଏଭଳି ଏକ ଗଣେଶଙ୍କ ମନ୍ଦିର ରହିଛି ଯେଉଁଠି ବିଶ୍ୱାସ ରହିଛି ଯେ ଏଠାକୁ ଆସୁଥିବା ପ୍ରେମୀ ଯୁଗଳଙ୍କ ସମସ୍ତ ମନୋସ୍କାମନା ସଫଳ ହୋଇଥାଏ ।
ନିଜର ପ୍ରେମ ସମ୍ପର୍କକୁ ନେଇ ଯେ କୌଣସି ପ୍ରକାର ସମସ୍ୟା ଥିଲେ ବି ଏହି ମନ ଗଣେଶ ସେ ସବୁର ସମାଧାନ କରିଦିଅନ୍ତି ବୋଲି ପ୍ରେମୀ ଯୁଗଳ ବିଶ୍ୱାସ କରିଥାନ୍ତି । ଏହି କାରଣରୁ ସର୍ବଦା ଏଠାରେ ପ୍ରେମି ଯୁଗଳଙ୍କ ଭିଡ ଲାଗି ରହିଥାଏ । ଏହି ମନ୍ଦିରଟି ୧୦୦ ବର୍ଷ ପୁରୁଣା ହୋଇଥିବାବେଳେ ବିଶ୍ୱାସ ରହିଥାଏ ଯେ ଲଗାତାର ପ୍ରେମୀ ଯୁଗଳ ଏହି ମନ୍ଦିରକୁ ଆସିବା ଦ୍ୱାରା ସେମାନଙ୍କ ମଧ୍ୟରେ କୌଣସି ବିବାଦ ନ ଘଟି ସୁରୁଖୁରୁରେ ବିବାହ ମଧ୍ୟ ହୋଇଯାଇଥାଏ ।
ଏହାସହ ପଢନ୍ତୁ: କଶ୍ମୀରରେ ସଙ୍କଟ ଆସିବା ମାତ୍ରେ ବଦଳିଯାଏ କ୍ଷୀର ଭବାନୀ ମନ୍ଦିରରେ ଥିବା କୁଣ୍ଡ ପାଣିର ରଙ୍ଗ, ବିଶ୍ୱାସ ନ ହେଲେ ମଧ୍ୟ…
ଏହି ମନ୍ଦିରର ପୂଜାରିଙ୍କ କହିବା ଅନୁଯାୟୀ ତାଙ୍କ ପରିବାର ସଦସ୍ୟଙ୍କୁ ମାଟି ତଳୁ ହିଁ ଭଗବାନଙ୍କର ଏହି ପ୍ରତିମା ପ୍ରାପ୍ତ ହୋଇଥିଲା। ପରେ ପରିବାର ସଦସ୍ୟ ଏହି ପ୍ରତିମାକୁ ଓସ୍ତ ଗଛ ତଳେ ସ୍ଥାପନା କରିବା ପରେ ଏକ ମନ୍ଦିର ନିର୍ମାଣ କରିଥିଲେ। ଲୋକକଥାକୁ ଆଧାର କରି ଏହି ସ୍ଥାନକୁ ବହୁ ସଂଖ୍ୟାରେ ପ୍ରେମୀ ଯୁଗଳ ଆସୁଥିବାରୁ ଏହି ଗଣେଶଙ୍କୁ ଏବେ ସମସ୍ତେ ପ୍ରେମୀ ଗଣେଶ ବୋଲି ଡାକିଥାନ୍ତି ।