Below header

ଦିଲ୍ଲୀରେ ପଣ୍ଡ ହେଲା ଏକ ବଡ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର, ପୋଲିସ ହାତରେ ଧରାହେଲେ ଜୈସ-ଇ-ମହମ୍ମଦର ଦୁଇ ସଦସ୍ୟ

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ ଧରଣର ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି । ଦିଲ୍ଲୀ ପୋଲିସ ହାତରେ ଧରାହେଲେ ଦୁଇ ଦୁର୍ଦ୍ଦାନ୍ତ ଆତଙ୍କବାଦୀ । ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ ଜୈସ- ଇ -ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ସୂଚନା ମୁତାବକ ଖୁବ ନିକଟରେ ଦିଲ୍ଲୀରେ ଏକ ବଡ ଧରଣର ଷଡଯନ୍ତ୍ର ନେଇ ଯୋଜନା ଚଳାଇଥିଲେ ଏହି ଦୁଇ ଆତଙ୍କବାଦୀ । ରାଜଧାନୀ ଦିଲ୍ଲୀର କେତେକ ଜନବହୁଳ ସ୍ଥାନରେ ବୋମା ଫୁଟାଇବା ନେଇ ଯୋଜନା କରୁଥିବା ନେଇ ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ।

ସୂଚନା ଦେବା ଯୋଗ୍ୟକି, ଗୁଇନ୍ଦା ସୂତ୍ରରୁ ଖବର ପାଇ ଦିଲ୍ଲୀ ପୋଲିସ ଆତଙ୍କବାଦୀଙ୍କୁ ଧରିବା ପାଇଁ ଟ୍ରେପ ଜାରି କରିଥିଲେ । ଟ୍ରେପ ମାଧ୍ୟମରେ ସୋମବାର ରାତି ୧୦.୧୫ ରେ ଦିଲ୍ଲୀର ସରୟାକାଲେ ମିଲେନିୟମ ପାର୍କ ନିକଟରେ ଦୁଇ ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା । ଘଟଣାସ୍ଥଳରୁ ପୋଲିସ ସେମାନଙ୍କୁ ଧରିବା ସହ ତାଙ୍କ ନିକଟରୁ ଅନେକ ମାରଣାସ୍ତ୍ର ମଧ୍ୟ ଜବତ କରିଛି ।

ପୋଲିସର ପଚରାଉଚୁରାରୁ ଜଣାଯାଇଛି କି ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜାମ୍ମୁ କାଶ୍ମୀର ରାଜ୍ୟ ସୋପେର ଜିଲ୍ଲାର ଅବ୍ଦଦୁଲ ଲତିଫ ବୋଲି ପରିଚୟ ହୋଇଥିବା ବେଳେ ଅନ୍ୟଜଣେ ହେଉଛନ୍ତି କୁପବାଡ଼ା ଜିଲ୍ଲା ହଟମୁଲ୍ଲା ଗାଁର ଅଶରଫ ଖତାନା । ଏହି ଦୁହିଁଙ୍କ ନିକଟରୁ ପୋଲିସ ଦୁଇଟି ସେମି ଅଟୋମେଟିକ ପିସ୍ତଲ ସମେତ ୧୦ଟି ଜୀବନ୍ତ ବୋମା ଜବତ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.