‘ସରାରା ସରାରା’ ଗୀତରେ ହଟ୍‌ ଡ୍ୟାନ୍ସ କଲେ ଯୁଜୁବେନ୍ଦ୍ରଙ୍କ ଭାବିପତ୍ନୀ ଧନଶ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଭାରତୀୟ ଟିମ୍‌ ର ପ୍ରସିଦ୍ଧ ସ୍ପିନର୍‌ ଯୁଜୁବେନ୍ଦ୍ର ଚହଲଙ୍କ ଭାବିପତ୍ନୀ ଧନଶ୍ରୀ ବର୍ମା ନିଜର ଡ୍ୟାନ୍ସ ଦ୍ୱାରା ଲୋକଙ୍କ ମନରେ ରାଜ୍‌ କରିଥିବାର ନଜର ଆସିଛନ୍ତି। ଜଣେ ଡ୍ୟାନ୍ସର ରୂପେ ନିଜର କ୍ୟାରିୟର କରିବାକୁ ନେଇ ଧନଶ୍ରୀ ସୋସିଆଲ ମିଡିଆରେ ପ୍ରାୟତଃ ନିଜର ଡ୍ୟାନ୍ସିଂ ଭିଡିଓ ସେୟାର କରିଥାନ୍ତି। ଏହି ଭିଡିଓରେ ସେ ଗୋଟିଏ ରୁ ଗୋଟିଏ ହିଟ୍‌ ଗୀତରେ ଠୁମକା ଲଗାଉଥିବାର ନଜର ଆସିଛନ୍ତି। ସୋସିଅଲ ମିଡିଆରେ ତାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେବା ସହ ତାଙ୍କ ଅନ୍ଦାଜ୍‌ ଲୋକଙ୍କୁ ମଧ୍ୟ ଖୁବ୍‌ ପସନ୍ଦ ଆସିଛି। ଏସବୁ ମଧ୍ୟରେ ଧନଶ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାକୁ ଆସିଛି, ଯେଉଁଥିରେ ସେ ‘ସରାରା ସରାରା’ (Sharara Sharara) ଗୀତରେ ହଟ୍‌ ଅନ୍ଦାଜ୍‌ ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।

jujubendraସମିତା ସେଟ୍ଟୀଙ୍କ ଏହି ଗୀତରେ ଡ୍ୟାନ୍ସ କରୁଥିବା ଧନଶ୍ରୀ ନିଜର ଏହି ଭିଡିଓକୁ ପୂର୍ବରୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯେଉଁଥିରେ ସେ ଟି-ସାର୍ଟ ଏବଂ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଧନଶ୍ରୀଙ୍କର ଏହି ଭିଡିଓକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିବା ସହ ଲୋକମାନେ ମଧ୍ୟ ତାଙ୍କର ଖୁବ୍‌ ତାରିଫ୍‌ କରିଛନ୍ତି। ଏଥିସହ ଡ୍ୟାନ୍ସ ପ୍ରେମୀଙ୍କ ପାଇଁ ଧନଶ୍ରୀ ନିଜର ଟ୍ୟୁଟୋରିୟଲ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି।

 

View this post on Instagram

 

A post shared by Dhanashree Verma (@dhanashree9)

ସୂଚନା ମୁତାବକ ଧନଶ୍ରୀ ଧନଶ୍ରୀ ବାସ୍ତବରେ ଜଣେ ଡାକ୍ତର କିନ୍ତୁ ଡ୍ୟାନ୍ସ ପାଇଁ ଖୁବ୍‌ ଲୋକପ୍ରିୟତା ହାସଲ କରିପାରିଛନ୍ତି। କିଛି ଦିନ ପୂର୍ବରୁ ଧନଶ୍ରୀଙ୍କ ସହ ଯୁଜୁବେନ୍ଦ୍ରଙ୍କ ନିର୍ବନ୍ଧ ହୋଇଯାଇଛି। ଏଥିସହ ଆଇପିଏଲ୍‌ ୨୦୨୦ରେ ଧନଶ୍ରୀ ଯୁଜୁବେନ୍ଦ୍ରଙ୍କୁ ଚିୟର୍‌ କରିବା ପାଇଁ ଦୁବାଇ ମଧ୍ୟ ପହଞ୍ଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.