ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ, ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ,ବିଧାୟକ ଓ ଷ୍ଟାଫଙ୍କର କରାଯିବ ଆରଟି-ପିସିଆର ପରୀକ୍ଷା

ଭୁବନେଶ୍ବର: ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ତା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି କୋଭିଡ୍‌ ଟେଷ୍ଟ । ମନ୍ତ୍ରୀ, ବିଧାୟକ ଓ ଷ୍ଟାଫଙ୍କର ଆରଟି-ପିସିଆର ପରୀକ୍ଷା କରାଯାଉଛି । ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଟେଷ୍ଟ କରାଯାଇଛି। ବିଧାନସଭା ପରିସରରେ ନମୁନା ସଂଗ୍ରହ ନେଇ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କୁ ନିଯୋଜିତ କରାଯାଇଛି।

ରିପୋର୍ଟ ନେଗେଟିଭ୍‌ ଆସିଲେ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ମିଳିବ। ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ନମୁନା ସଂଗ୍ରହ କରାଯିବ । ୪୦ ଦିନ ଧରି ଚାଲିବାକୁ ଥିବା ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୨୦ ତାରିଖରେ ଆଗତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଅତିରିକ୍ତ ଖର୍ଚ୍ଚ ଦାବି। ଅଧିବେଶନ ସମୟରେ ସମସ୍ତ ଶନିବାର ଓ ରବିବାରରେ ମଧ୍ୟ ଗୃହ କାର୍ଯ୍ୟ ଚାଲୁ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.