ଆଜି ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ଟେଲିଫୋନ ଯୋଗେ କଥା ହେବେ ମୁଖ୍ୟମନ୍ତ୍ରୀ, ଅଞ୍ଚଳର ବିକାଶ କାମର କରିବେ ସମୀକ୍ଷା

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ। ସକାଳ ସାଢେ ୧୧ଟାରେ ଟେଲିଫୋନ ଯୋଗେ ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଞ୍ଚଳର ବିକାଶ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏହା ସହ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୋବାଇଲ ଫୋନ୍‌ ବଣ୍ଟନ କରିବେ।

କ୍ରୀଡା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯନ୍ତାପାଇଠାରେ ୬ହଜାର ୯୧୩ଜଣଙ୍କୁ ମୋବାଇଲ ଦେବେ। ମନ୍ତ୍ରୀଙ୍କ ସହ ନବରଙ୍ଗପୁର ସାଂସଦ ରମେଶ ମାଝି, ଚିତ୍ରକୋଣ୍ଡା ବିଧାୟକ ଯୋଗ ଦେବେ। ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପରେ ବାଲିମେଳା ଜଳଭଣ୍ଡାର ଆରପଟେ ଥିବା ୯ଟି ପଞ୍ଚାୟତର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତେବେ ଏସବୁ ଯୋଜନା କେତେ ସଫଳ ହୋଇଛି ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.