ଜମ୍ମୁ କାଶ୍ମୀରର କୁପଓ୍ଵାଡାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ଗୁଳି ବିନିମୟ, ଟଳିଲେ ୨ ଆତଙ୍କୀ
ଜମ୍ମୁ କାଶ୍ମୀର: ଟଳିଲେ ୨ ଆତଙ୍କୀ। ଜମ୍ମୁ କାଶ୍ମୀରର କୁପଓ୍ଵାଡାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ୨ ଆତଙ୍କୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ହୋଇଥିବା ସୂଚନା ମିଳିଛି ।
ଏଥିରୁ ଜଣେ ପାକିସ୍ତାନ ଆତଙ୍କବାଦୀ ଓ ତା’ର ନାମ ତୁଫେଲ। ସେମାନଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏବେବି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।