ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଜାରି ହେଲା UGC NET-2021 ର ପର୍ଯ୍ୟାୟ ୩ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ, ଏଠାରେ କରନ୍ତୁ ଡାଉନଲୋଡ

UGC NET-2021 ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର।UGC NET-2021 ର ପର୍ଯ୍ୟାୟ ୩ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ଅଧିନରେ ହେବାକୁ ଥିବା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ ୱେବସାଇଟ nta.ac.in କୁ ଯାଇ ଡାଉନଲୋଡ କରିପାରିବେ। ଏହି ପରୀକ୍ଷା ଆସନ୍ତା ଜାନୁଆରୀ ୪ ଓ ୫ ତାରିଖରେ ୨୦୨୨ରେ ଆୟୋଜିତ ହେବ।
ଏମିତି କରନ୍ତୁ ଡାଉନଲୋଡ:
ପ୍ରଥମେ ଅଧିକାରକ ୱେବସାଇଟugcnet.nta.nic.in କୁ ଯାଆନ୍ତୁ।
ହୋମପେଜରେ ଫେଜ୍ ୩ ଆଡମିଟ୍ କାର୍ଡ ଲିଙ୍କକୁ ନେଭିଗେଟ୍ କରନ୍ତୁ।
ନିଜର ଲଗ୍ଇନ୍ କ୍ରେଡିନ୍ସିଆଲ ଦେଇ ସବମିଟ୍ କରନ୍ତୁ।
ଆପଣଙ୍କ ଆଡମିଟ୍ କାର୍ଡ ସ୍କ୍ରିନରେ ଆସିବ।
ଆଡମିଟ୍ କାର୍ଡକୁ ଡାଉନଲୋଡ୍ କରି ପ୍ରିଣ୍ଟଆଉଟ୍ ରଖିଦିଅନ୍ତୁ।
ସୂଚନା ଯୋଗ୍ୟ, ପୂର୍ବରୁ ବାତ୍ୟା ଜଓ୍ଵାଦ ପାଇଁ କିଛି ସ୍ଥାନରେ UGC NET ପର୍ଯ୍ୟାୟ ୧ ପରୀକ୍ଷାକୁ ରିସିଡ୍ୟୁଲ କରାଯାଇଥିଲା। ପର୍ଯ୍ୟାୟ ୧ର ନୂଆ ପରୀକ୍ଷା ତାରିଖ ବ୍ରହ୍ମପୁର, ଗଞ୍ଜାମ, ଭୁବନେଶ୍ୱର, କଟକ, ଗୁଣୁପୁର, ପୁରୀ ଏବଂ ବିଶାଖାପଟନମ୍ ସ୍ଥାନ ପାଇଁ ରହିଛି। ସେହି ପର୍ଯ୍ୟାୟ ୩ ରେ ନିର୍ଦ୍ଧାରିତ ବିଷୟରେ ପରୀକ୍ଷା ପାଇଁ ଆୟୋଜିତ କରାଯିବ।
ପର୍ଯ୍ୟାୟ ୩ ପରୀକ୍ଷା ତାରିଖ ଏବଂ ବିଷୟ:
୪ ଜାନୁଆରୀ ୨୦୨୨: ସୋସିଓଲୋଜି
୫ ଜାନୁଆରୀ ୨୦୨୨: ଜିଓଗ୍ରାଫି (ଗ୍ରୁପ୧)
୫ ଜାନୁଆରୀ ୨୦୨୨: ଜିଓଗ୍ରାଫି ( ଗ୍ରୁପ୍ ୨)
ଆଡମିଟ୍ କାର୍ଟ ଡାଉନଲୋଡ ପାଇଁ ଏଠାରେ କ୍ଲିକ କରନ୍ତୁ: