୨୦୨୧-୨୨ ରଣଜୀ ଟ୍ରଫି: ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଲା ସ୍ଥାନ

ନୂଆ ବର୍ଷ ଆରମ୍ଭରୁ ଦୀର୍ଘ ୨ ବର୍ଷ ପରେ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଆଗାମୀ ରଣଜୀ ସିଜନର ପ୍ରଥମ ୨ଟି ମ୍ୟାଚ୍‌ ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ବ୍ୟାଟିଂ ବିସ୍ମୟ ପୃଥ୍ୱୀ ଶ’ଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ପ୍ରଥମ କରି ସିନିୟର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି । ୪୧ଥର ରଣଜୀ ଟ୍ରଫି ଚାମ୍ପିଅନ୍‌ ମୁମ୍ବାଇ ଏଥର ଏଲିଟ୍‌ ସି ଗ୍ରୁପ୍‌ରେ ସ୍ଥାନ ପାଇଛି ।

ଜାନୁଆରୀ ୧୩ ତାରିଖରେ ମୁମ୍ବାଇ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍‌ରେ ଦଳ ମହାରାଷ୍ଟ୍ରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜାନୁଆରୀ ୨୦ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀକୁ ଭେଟିବ । ଏଥର ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ମୁମ୍ବାଇ ଏକ ସନ୍ତୁଳିତ ଦଳ ଗଠନ କରିଛି ।

ଅର୍ଜୁନ ମୁମ୍ବାଇ ପାଇଁ ଅଣ୍ଡର ୧୯ ଗ୍ରୁପରେ କ୍ରିକେଟ୍ ଖେଳିବା ଛଡ଼ା ବିଭିନ୍ନ ଗ୍ରୁପରେ ଖେଳି ସାରିଛନ୍ତି। ୨୦୧୯ ମୁମ୍ବାଇ T୨୦ ଲିଗ୍ ରେ ସେ ସାମିଲ ହୋଇଥିଲେ। ୨୦୧୮ ରେ ଅଣ୍ଡର ୧୯ରେ ଭାରତ ପାଇଁ ଡେବ୍ୟୁ ବି କରିଛନ୍ତି। ତେବେ ଏବେ ଆଇପିଏଲରେ ଡେବ୍ୟୁ କରିପାରିବେ କି ନାହିଁ ତାହା ଉପରେ ଏବେ ସାରା ଦେଶର ନଜର।

ଦଳ: ପୃଥ୍ୱୀ ଶ’(ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, ଆକର୍ଷିତ ଗୋମେଲ, ଅରମାନ ଜାଫର, ସର୍ଫରାଜ ଖାନ, ସଚିନ ଯାଦବ, ଆଦିତ୍ୟ ତାରେ, ହାର୍ଦିକ ତାମୋରେ, ଶିବମ ଦୁବେ, ଅମନ ଖାନ, ସାମ୍ସ ମୁଲାନି, ତନୁଶ କୋଟିଆନ, ପ୍ରଶାନ୍ତ ସୋଲାଙ୍କି, ଶଶାଙ୍କ ଆତର୍ଦେ, ଧାୱଲ କୁଲକର୍ଣ୍ଣୀ, ମୋହିତ ଅୱସ୍ତି, ପ୍ରିନ୍ସ ବଡିଆନି, ସିଦ୍ଧାର୍ଥ ରାଉତ, ରୟଷ୍ଟନ ଡାଏସ, ଅର୍ଜୁନ ତେନ୍ଦୁଲକର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.