Below header

ବ୍ଲାକ ସି’ରେ ଋଷକୁ ଟାର୍ଗେଟ କରିବାକୁ ପ୍ରସ୍ତୁତ ୟୁକ୍ରେନ, ମୁତୟନ କରିଛି ଆତ୍ମଘାତୀ ସାମୁଦ୍ରିକ ଡ୍ରୋନ୍

ବ୍ଲାକ ସି' ରେ ଋଷକୁ ଟାର୍ଗେଟ କରିବାକୁ ପ୍ରସ୍ତୁତ ୟୁକ୍ରେନ। କ୍ରିମିଆ ବ୍ରିଜ ଓ ପେନିନସୁଲାରେ ଉପରେ ରକେଟ୍ ଓ ଡ୍ରୋନ ହମଲା କରିଛି ୟୁକ୍ରେନ ସେନା। କିନତୁ ଋଷ ସେନା ଏହାକୁ ବିଫଳ କରିଥିବା ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ଲାକ ସିରେ ୟୁକ୍ରେନ ଏକ ନୂଆ ନାଭାଲ ବେସ ତିଆରି କରିଛି।

ବ୍ଲାକ ସି’ ରେ ଋଷକୁ ଟାର୍ଗେଟ କରିବାକୁ ପ୍ରସ୍ତୁତ ୟୁକ୍ରେନ। କ୍ରିମିଆ ବ୍ରିଜ ଓ ପେନିନସୁଲାରେ ଉପରେ ରକେଟ୍ ଓ ଡ୍ରୋନ ହମଲା କରିଛି ୟୁକ୍ରେନ ସେନା। କିନତୁ ଋଷ ସେନା ଏହାକୁ ବିଫଳ କରିଥିବା ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ଲାକ ସିରେ ୟୁକ୍ରେନ ଏକ ନୂଆ ନାଭାଲ ବେସ ତିଆରି କରିଛି।

ଯେଉଁଠାରେ ଆତ୍ମଘାତୀ ସାମୁଦ୍ରିକ ଡ୍ରୋନ୍ , ଯୁଦ୍ଧପୋତ ମୁତୟନ କରିଛି। ରିସର୍ଚ୍ଚ ସଂଗଠନ RAND ପକ୍ଷରୁ କୁହାଯାଇଛି ଯେ, ଋଷକୁ ଟାର୍ଗେଟ କରିବାକୁ ଏବଂ ଏହାର ଭିତ୍ତିଭୂମିକୁ ନଷ୍ଟ କରିବାକୁ ୟୁକ୍ରେନ Uncrewed Surface Vessels ବା USV, ଅର୍ଥାତ ଯେଉଁ ଭେସେଲ୍ ରେ କୌଣସି ନାବିକ ନଥିବେ, ସେଗୁଡ଼ିକୁ ସେଠାରେ ମୁତୟନ କରିଛି ।

ୟୁକ୍ରେନ ମୁତୟନ କରିଥିବା ଡ୍ରୋନ ଗୁଡ଼ିକ ପାଣି ଭିତରେ ରହି ଆକ୍ରମଣ କରିବା ସହିତ ଏତିରେ ଥିବା କ୍ୟାମେରା ମାଧ୍ୟମରେ ସାମ୍ନା ପଟର ଟାର୍ଗେଟକୁ ଡିଟେକ୍ଟ କରିପାରିବ। ଅନ୍ୟ ଡ୍ରୋନ ଓ ମିସାଇଲ ତୁଳନାରେ ଏହା ଅଧିକ ଘାତକ। ବ୍ଲାକ ସିରେ ଋଷର ଘର କୁହାଯାଉଥିବା ସେଭାଷ୍ଟୋପୋଲକୁ ଧ୍ବଂସ କରିବାକୁ ବର୍ତ୍ତମାନ ଯୋଜନା କରୁଛି ୟୁକ୍ରେନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.