ଆଣ୍ଟି ଡ୍ରଗ୍ସ ବିରୋଧରେ କମିସନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ପ୍ରଥମ ବଡ଼ ସଫଳତା, ୩ ଅଭିଯୁକ୍ତ ଗିରଫ

୩ ଅଭିଯୁକ୍ତଙ୍କ ଠାରୁ ୩୦୫ ଗ୍ରାମ ବ୍ରାଉନସୁଗର, ଗୋଟିଏ ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଛି। ପ୍ରଥମେ ଅଶ୍ରୁମୋହନ ରାଉତ ଓ ମୀନକେତନଙ୍କୁ ବ୍ରାଉନସୁଗର ସହ ଧରିଥିଲା ସ୍ପେଶାଲ ୟୁନିଟ। ପରେ ମୀନକେତନଙ୍କ ଘରେ ଚଢଉ ହୋଇଥିଲା।

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ବରରେ ଆଣ୍ଟି ଡ୍ରଗ୍ସ ବିରୋଧରେ କମିସନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ପ୍ରଥମ ବଡ଼ ସଫଳତା। ପ୍ରାଚୀ ବିହାରରେ ଚଢାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ୩ ଅଭିଯୁକ୍ତଙ୍କ ଠାରୁ ୩୦୫ ଗ୍ରାମ ବ୍ରାଉନସୁଗର, ଗୋଟିଏ  ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଛି। ପ୍ରଥମେ ଅଶ୍ରୁମୋହନ ରାଉତ ଓ ମୀନକେତନଙ୍କୁ ବ୍ରାଉନସୁଗର ସହ ଧରିଥିଲା ସ୍ପେଶାଲ ୟୁନିଟ। ପରେ ମୀନକେତନଙ୍କ ଘରେ ଚଢଉ ହୋଇଥିଲା।

ତିନି ଅଭିଯୁକ୍ତଙ୍କର କେନ୍ଦ୍ରାପଡ଼ା ଲିଙ୍କ ରହିଥିବା ମଧ୍ୟ ଜଣାପଡ଼ିଛି। ସେମାନଙ୍କୁ ରିମାଣ୍ଡରେ ଆଣି କେନ୍ଦ୍ରାପଡ଼ା ଲିଙ୍କ ଓ ଅନ୍ୟ ଅପରାଧିକ ଦିଗ ନେଇ ମଧ୍ୟ ଛାନଭିନ ହେବ ବୋଲି କହିଛନ୍ତି ପୋଲିସ କମିସନର। ନାରକୋଟିକ୍ସ ଉପରେ ମଧ୍ୟ ସ୍ପେଶାଲ ୟୁନିଟ ସ୍ୱତନ୍ତ୍ର ଭାବରେ ତଦନ୍ତ କରିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.