Below header

ଜନ୍ମଦିନରେ ମୃତ୍ୟୁର ଉପହାର! ଗ୍ରେନେଡ୍‌ ବିସ୍ଫୋରଣରେ ଆଖି ବୁଜିଲେ ୟୁକ୍ରେନ୍‌ ମେଜର, ୧୩ ବର୍ଷର ପୁଅ ଆହତ

ଜନ୍ମଦିନରେ ଆଖି ବୁଜିଛନ୍ତି ୟୁକ୍ରେନ୍‌ ସେନାର ଜଣେ ମେଜର। ଗ୍ରେନେଡ୍‌ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ୟୁକ୍ରେନ ଗୃହମନ୍ତ୍ରୀ ଇହୋର କ୍ଲାଇମେଙ୍କୋ। ଗୃହମନ୍ତ୍ରୀ ଟେଲିଗ୍ରାମରେ ସୂଚନା ଦେଇ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ୟୁକ୍ରେନ ସୈନିକ ହେଲେ ମେଜର ହେନାଡି ଚସ୍ତିୟାକୋଭ। ଏହି ବିସ୍ଫୋରଣରେ ତାଙ୍କର ୧୩ ବର୍ଷର ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ମେଜର ହେନାଡି ଚସ୍ତିୟାକୋଭ ୟୁକ୍ରେନ ସେନା ମୁଖ୍ୟଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ। ସେ ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଥିଲେ। ଏହି ସମୟରେ ତାଙ୍କର ଜଣେ ବନ୍ଧୁ ଉପହାର ସ୍ୱରୂପ ତାଙ୍କୁ ୬ଟି ଗ୍ରେନେଡ୍ ଦେଇଥିଲେ।

ୟୁକ୍ରେନ ଗୃହମନ୍ତ୍ରୀ କହିଛନ୍ତି, ଘରେ ରଖାଯାଇଥିବା ଗ୍ରେନେଡକୁ ଧରି ଚସ୍ତିୟାକୋଭଙ୍କ ପୁଅ ଖେଳିବା ଆରମ୍ଭ କରିଥିଲା। ଖେଳିବାବେଳେ ସେ ଗ୍ରେନେଡରେ ଲାଗିଥିବା ଆବରଣକୁ ଟାଣି ଦେଇଥିଲା, ଯାହାଫଳରେ ଏକ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା। ଏହି ଘଟଣା ୟୁକ୍ରେନର ରାଜଧାନୀ କିଭ୍‌ ନିକଟସ୍ଥ ଚୈକି ଗାଁରେ ହୋଇଛି। ୟୁକ୍ରେନ ସାଂସଦ ତଥା ରାଷ୍ଟ୍ରପତିଙ୍କ ସମର୍ଥକ ମରିୟାନା ବେଜୁଲହା କହିଛନ୍ତି ଯେ ଅବହେଳା କାରଣରୁ ମେଜର ଚସ୍ତିୟାକୋଭଙ୍କ ମୃତ୍ୟୁ ଘଟିଛି।

ସୂଚନାଥାଉ କି, ଗତ ନଭେମ୍ବର ୬ରେ ୟୁକ୍ରେନ ମିଲିଟାରୀର ୩୯ ବର୍ଷୀୟ ମେଜର ଚସ୍ତିୟାକୋଭଙ୍କ ଜନ୍ମଦିନ ଥିଲା। ଜନ୍ମଦିନରେ ତାଙ୍କୁ ଅନେକ ଉପହାର ମିଳିଥିଲା। ତାଙ୍କ ୧୩ ବର୍ଷର ପୁଅ ତାଙ୍କୁ ଉପହାର ଦେଖାଇବାକୁ କହିଥିଲେ। ଚସ୍ତିୟାକୋଭ ପୁଅର କଥାକୁ ଏଡ଼ାଇପାରି ନ ଥିଲେ ଏବଂ ଉପହାର ଦେଖାଇଥିଲେ।

ଏହି ଉପହାର ବାକ୍ସଗୁଡ଼ିକ ମଧ୍ୟରୁ ଗୋଟିଏରେ ଗ୍ରେନେଡ୍ ରହିଥିଲା, ଏହାକୁ ଖୋଲିବା ମାତ୍ରେ ବଡ଼ ବିସ୍ଫୋରଣ ଘଟିଥିଲା। ଏଥିରେ ମେଜରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୟୁକ୍ରେନ ଗୃହମନ୍ତ୍ରୀ କହିଛନ୍ତି ଯେ ମେଜରଙ୍କୁ ଗ୍ରେନେଡ ଦେଇଥିବା ସହଯୋଗୀଙ୍କୁ ଚିହ୍ନଟ କରାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.