ଧୂମଧାମରେ ଉଦଯାପିତ ହେଲା ଗଜଲକ୍ଷ୍ମୀ ପୂଜା, ମୁରାସୁର ବଧ ସହ ସତ୍ୟ ଓ ଶାନ୍ତିର ପ୍ରତିଷ୍ଠା କରି ବିଦାୟ ନେଲେ ମା’

ସୁବର୍ଣ୍ଣପୁର ମୁଷୁଣ୍ଢି ସ୍ଥିତ ଗଜଲକ୍ଷ୍ମୀ ପୂଜା କମିଟୀ ପକ୍ଷରୁ ମୂରାସୁର ବଧ ସହ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହୋସବ ଉଦ୍ଯାପିତ ହୋଇଯାଇଛି।

ଚାଲିଛି ଭଗବାନ ବିଷ୍ନୁ ଏବଂ ମୂରାସୁର ମହାରାଜଙ୍କ ଯୁଦ୍ଧ। ଅସତ୍ୟ ଉପରେ ସତ୍ୟର ଜୟ।  ଅଧର୍ମ ଉପରେ ଧର୍ମର ଜୟ। ସତ୍ୟ ଯୁଗେ ଯୁଗେ ଅମର। ତ୍ରିଭୁବନ ବିଜୟୀ ମୂରାସୁର ମହାଜ୍ଞାନୀ ପଣ୍ଡିତ ହୋଇ ମଧ୍ୟ କୁ କର୍ମ କରିବା ସହିତ ଧର୍ମର ବିନାଶ ଦିଗରେ ଅତ୍ୟାଚାରିତ କଲା ାମହାଲକ୍ଷ୍ମୀଙ୍କୁ ବିବାହ କରିବା ଆଶାରେ ଋଷି,ମୁନି,ଦେବତାଙ୍କ ଉପରେ ଅତ୍ୟାଚାର କରିଚାଲିଲା। ଏହାକୁ ସହ୍ୟ କରି ନପାରି ଭଗବାନ କୃଷ୍ଣ ବଲ୍ଲଭ ବ୍ରାହ୍ମଣ ଘରେ ଶେଷ ନୃସିଂହଭାବେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ବିଦ୍ୟାଗୁରୁ ଋପେ ବରଣ କରି ନିଧନ ନକଲେ ଜୀବନ ପ୍ରତି ବିପଦ ଆସିପାରେ ବୋଲି ମୁରାସୁଙ୍କୁ ନାରଦ ପରାମର୍ଶ ଦେଇଥିଲେ। ଶେଷ ନୃସିଂହ ଦ୍ଵାରା ମୂରାସୁରର ବଂଶ ନାଶ ହେବା ସହ ଭଗବାନ ବିଷ୍ଣୁ ମୂରାସୁର ରାକ୍ଷଷକୁ ନିହତ କଲେ। ମୂରାସୁରର ଗୋଟିଏ ପରେ ଗୋଟିଏ ମଲ୍ଲ ନିହତ ହେବାପରେ ଭଗବାନ ବିଷ୍ନୁଙ୍କ ସୁଦର୍ଶନ ଚକ୍ରରେ ନିହତ ହେଲା ରାକ୍ଷସ ମୁରାସୁର। ତାପରେ ସତ୍ୟ ଯୁଗର ଆରମ୍ଭ ହୋଇଥିଲା। ଏସବୁ ଚିତ୍ର ଚରିତ୍ର କୁନେଇ ମରାସୁର ବଧ ଦୃଶ୍ୟ ନାଟକ ଅଭିନିତ ହୋଇଥିଲା। ଯାହା ଲୋକଙ୍କ ମନକୁ ବେଶ ଛୁଇଁ ପରିଥିଲା।

ସୁବର୍ଣ୍ଣପୁର ମୁଷୁଣ୍ଢି ସ୍ଥିତ ଗଜଲକ୍ଷ୍ମୀ ପୂଜା କମିଟୀ ପକ୍ଷରୁ ମୂରାସୁର ବଧ ସହ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହୋସବ ଉଦ୍ଯାପିତ ହୋଇଯାଇଛି। ପ୍ରତ୍ୟହ ଦିନ ପୁଜା ମଣ୍ଡପରେ ପାଳନ ହେଉଥିଲା ଧନଦାତ୍ରୀ ମାଁ ଲକ୍ଷ୍ମୀଙ୍କ ପୂଜା ଆରଧାନା। ଏସବୁ ଭିତରେ ଲୋକେବି ସମସ୍ତ ପୀଠ ବୁଲି ଧନଦାତ୍ରୀ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରାଧନା କରିବା ସହ ସାସ୍କୃତିକ ସଂଧ୍ୟାର ବେଶ ମଜାନେଉଥିଲେ। ବିିଶେଷକରି ମୁଷୁଣ୍ଢି ସ୍ଥିତ ଗଜଲକ୍ଷ୍ମୀ ପୂଜା ଥିଲା ସବୁଠୁ ନିଆରା। ମୂରାସୁର ଦରବାର ସହିତ ସାଂସ୍କୃତିକ କାଯର୍୍ୟକ୍ରମ ଦେଖିବାକୁ ଆଖପାଖ ଗାଁର ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥିଲା। ବିଳମ୍ୱିତ ରାତ୍ରୀ ପଯର୍୍ୟନ୍ତ ଦର୍ଶକ ନାଚ ଗୀତକୁ ମନଭରି ଉପଭୋଗ କରିଥିଲେ।  ଆଉ ଏଭଳି ମଂଚ ପାଇ କଳାକାରମାନେ ବି ବେଶ ଖୁସିଥିଲେ।

ଐତିହ୍ୟ ସଂମ୍ପର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲାର ଶାକ୍ତମାଟି ସୁବର୍ଣ୍ଣପୁର ଆଜି ବି ଗାଁ ଗାଁରେ ପରଂମ୍ପରାକୁ ବଜାଇ ରଖିପାରିଛି।  ଯାହାକି ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକଲୁ ମିଳିଛି ମୁଷୁଣ୍ଢି ଗାଁରେ ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.