ସବୁବେଳେ ବିବାଦରେ ରହୁଥିବା ଉର୍ଫି କୋଟି କୋଟିି ଟଙ୍କାର ମାଲିକାଣୀ, ଜାଣନ୍ତୁ ନେଟ୍‌ ୱର୍ଥ

ବିବାଦ ସହ ଉର୍ଫି ଜାଭେଦଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି । ବିଗ୍‌ବସ୍‌ ଓଟିଟି ଫେମ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ପ୍ରତିଦିନ କିଛି ନା କିଛି ଏପରି କାମ କରନ୍ତି, ଯେଉଁଥିପାଇଁ ସେ ସବୁ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ଉର୍ଫି ଜାଭେଦ୍ ନିଜର ଅତରଙ୍ଗି ଫ୍ୟାଶନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଏବଂ ଅନେକ ସମୟରେ ଏଭଳି ଭିନ୍ନ ଢଙ୍ଗର ଫ୍ୟାଶନ୍ କାରଣରୁ ସେ ଟ୍ରୋଲର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି ।ପ୍ରତିଦିନ ଉର୍ଫି ବିଭିନ୍ନ ଜିନିଷରୁ ନୂଆ ପ୍ରକାରର ଡ୍ରେସ୍‌ ତିଆରି କରି ପିନ୍ଧୁଥିବାର ନଜର ଆସନ୍ତି । ପ୍ରତିଥର ପ୍ରଶଂସକଙ୍କ ପାଇଁ ଉର୍ଫିଙ୍କ ନୂଆ ଲୁକ୍ ବହୁତ ଚକିତ କରିଥାଏ ।

ତେବେ ଆସନ୍ତୁ ଜାଣିବା ଅନେକ ସମୟରେ ବିବାଦରେ ରହୁଥିବା ଉର୍ଫିଙ୍କ ଇନକମ ବିଷୟରେ । ଉର୍ଫି ତାଙ୍କର ଉତପଟାଙ୍ଗ ଡ୍ରେସିଂ ସେନ୍ସ ପାଇଁ ଖୁବ ଫେମସ । ସେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଲକ୍ଷ୍ନୌର ବାସିନ୍ଦା ଏବଂ ଲକ୍ଷ୍ନୌର ଏମିଟି ୟୁନିଭର୍ସିଟିରୁ ମାସ୍ କମ୍ୟୁନିକେସନ୍ କରିଛନ୍ତି । ଦୁର୍ଗା, ସାଥ ଫେରୋ କି ହେରା ଫେରି, ଜିଜି ମା ଭଳି ଅନେକ ସିରିଏଲରେ କାମ କରିଥିବା ଉର୍ଫି ଜାଭେଦଙ୍କର ଇନକମ କୋଟି କୋଟି ଟଙ୍କାର ରହିଛି । ସେ ବିଗବସ୍ OTT 1 ରେ ମଧ୍ୟ ନଜର ଆସିଥିଲେ ।

ତାଙ୍କ ପାଖରେ ଏକ Jeep Compas SUV କାର ଅଛି, ଯାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା । ମିଡିଆ ରିପୋର୍ଟ ଅନୁଯାୟୀ ଉର୍ଫିଙ୍କ ନେଟ୍ ୱର୍ଥ ପ୍ରାୟ ୨୧ ମିଲିୟନ ଡଲାର ଅର୍ଥାତ ୧୭୩ କୋଟି ଟଙ୍କା । ଫଟୋ ସୁଟ୍, ଭିଡିଓ, ଇନଷ୍ଟାଗ୍ରାମ ରିଲ, ମଡେଲିଂ, ଆକ୍ଟିଂ ଏବଂ ବ୍ରାଣ୍ଡ ଆଡଭର୍ଟାଇଜ୍‌ମେଣ୍ଟ ପାଇଁ ମଧ୍ୟ ଉର୍ଫି ଭଲ ଫି’ ଚାର୍ଜ କରନ୍ତି । ସେ ସିରିଏଲର ଗୋଟେ ଏପିସୋଡ୍ ପାଇଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି । ସୂଚନା ମୁତାବକ, ଉର୍ଫିଙ୍କ ବାର୍ଷିକ ଆୟ ୨୨ କୋଟି ଟଙ୍କାରୁ ଅଧିକ ।

ସୂଚନାଯୋଗ୍ୟ, ଟେଲିଭିଜନ ଅଭିନେତ୍ରୀ ତଥା ଫ୍ୟାଶନ ଦୁନିଆର ସବୁ ଅଭିନେତ୍ରୀମାନଙ୍କ ଭିତରେ ଉର୍ଫି ଜାଭେଦଙ୍କ ଚର୍ଚ୍ଚା ନହେବା ଅସମ୍ଭବ କଥା । ବିଭିନ୍ନ କାରଣକୁ ନେଇ ସେ ଚର୍ଚ୍ଚାର ପରିସର ଭିତରକୁ ଆସିବାର ସୁଯୋଗକୁ କେବେ ବି ହାତଛଡ଼ା କରନ୍ତି ନାହିଁ । ସେ କେତେବେଳେ ନିଜର ସାହସିକ ମନ୍ତବ୍ୟ ପାଇଁ ତ ପୁଣି କେତେ ବେଳେ ନିଜର ବୋଲ୍ଡ ପୋଷାକ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉର୍ଫିଙ୍କୁ ଅନେକ ଲୋକ ସମାଲୋଚନା କରୁଥିବା ବେଳେ ତାଙ୍କର ଅନେକ ପ୍ରଶଂସକ ବି ରହିଛନ୍ତି ।