ଦିଲ୍ଲୀ କବୀର ନଗରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫ଟି ବାଇକ୍, ଜଣେ ଗୁରୁତର

ଉତ୍ତର-ପୂର୍ବ ଦିଲ୍ଲୀର କବୀର ନଗରରେ ଭୟାବହ ଅଗ୍ନିକାଣ୍ଡ । ୫ ମହଲା ବଶିଷ୍ଟ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବୁଧବାର ସକାଳେ ହଠାତ୍ କୋଠାରେ ନିଆଁ ଲାଗିଯାଇଥିଲା ।

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର କବୀର ନଗରରେ ଭୟାବହ ଅଗ୍ନିକାଣ୍ଡ । ୫ ମହଲା ବଶିଷ୍ଟ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବୁଧବାର ସକାଳେ ହଠାତ୍ କୋଠାରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ଏକ ୫ବର୍ଷର କୁନି ଝିଅଟି ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାପରେ ଝିଅଟିକୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସିତ ହେଉଥିବା ନେଇ ଖବର ମିଳିଛି ।

ପୋଲିସ୍ ସୂତ୍ରରୁ ମିଳିଥିବା ଖବର ମୁତାବକ, ଭୋର ପାଖାପାଖି ୩ଟା ୨୨ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୫ ମହଲା ବଶିଷ୍ଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ତଳ ମହଲାରେ ସର୍ଟ ସର୍କିଟ କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଇଛି । ଏହି ଭୟାବହ ଅଗ୍ନିକାଣ୍ଡ ୫ଟି ବାଇକ୍ ସହ ଏକ ବାଇସାଇକେଲ୍ ଜଳିପୋଡି ପାଉଁଶ ହୋଇଯାଇଛି । ବିଶେଷ ଭାବେ ଧନ ଜୀବନ କ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନଥିବାବେଳେ, ୫ବର୍ଷର କୁନି ଝିଅଟି ଗଭୀର ରୂପେ ଆହତ ହୋଇଛି । ଝିଅଟିର ହାତ ଏବଂ ଗୋଡ ନିଆଁରେ ପୋଡିଯାଇଛି ।

ତେବେ ଏହି ଅଗ୍ନିକାଣ୍ଡ ନେଇ ଖବର ପାଇବା କ୍ଷଣି ତୁରନ୍ତ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ , ୨ଟି ଦମକଳ ବାହୀନି ଗାଡି, ୨ଟି ପିସିଆର୍ ଭ୍ୟାନ୍, ବିଏସଇଏସ୍ ଷ୍ଟାଫ୍ ଆସି ପହଁଚିଥିଲେ । ତେବେ ଉକ୍ତ କୋଠାରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ବାହାକୁ ବାହାର କରାଯାଇଥିବା ସହିତ ସଭିଏଁ ସୁରକ୍ଷିତ ଥିବା ପୋଲିସ୍ କହିଛି । ତେବେ ଏହି ଅଗ୍ନିକାଣ୍ଡକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.