Below header

ଉପବାଚସ୍ପତି ପଦରୁ ରଜନୀକାନ୍ତଙ୍କ ଇସ୍ତଫା, ୨୪ ନିର୍ବାଚନ ପାଇଁ ବିଜେଡିରେ ବଡ଼ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ । ୨୪ ନିର୍ବାଚନ ପାଇଁ ବିଜେଡିରେ ବଡ଼ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ୱର (କେନ୍ୟୁଜ): ଉପ ବାଚସ୍ପତି ପଦରୁ ଇସ୍ତଫା ଦେଲେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ । ୨୪ ନିର୍ବାଚନ ପାଇଁ ବିଜେଡିରେ ବଡ଼ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ରଜନୀକାନ୍ତ ସିଂ ଚାରି ଚାରିଥରର ବିଧାୟକ ହୋଇଛନ୍ତି ।

୨୦୦୪ରୁ ଲଗାତର ଅନୁଗୋଳ ବିଧାନସଭା ଆସନରୁ ଜିତୁଛନ୍ତି ରଜନୀକାନ୍ତ। ୨୦୧୯ ଜୁନରୁ ବିଧାନସଭାର ଉପ ବାଚସ୍ପତି ଭାବେ କାର୍ଯ୍ୟ କରି ଆସୁଥିଲେ । ବିଧାନସଭା ଶୀତ କାଳୀନ ଅଧିବେଶନ ଆସନ୍ତା ୨୧ରୁ ଆରମ୍ଭ ହେବାକୁ ଯାଉଛି। ତା ପୂର୍ବରୁ ଉପ ବାଚସ୍ପତିଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପ ବାଚସ୍ପତି କିଏ ହେବେ ତାହାକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.