ଦୁଇ ଦିନ ପରେ ବ୍ୟାଙ୍କ ରହିବ ବନ୍ଦ, ଜରୁରୀ କାମ ଥିଲେ ଏବେ ଠୁ ସାରି ଦିଅନ୍ତୁ

ଆସନ୍ତା ନଭେମ୍ବର ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ସବୁ ବ୍ୟାଙ୍କ ବନ୍ଦ ରହିବ। ଧନତେରସ, ଦିପାବଳୀ ଏବଂ ଛଟ୍ ପୂଜା ଉପଲକ୍ଷେ ବ୍ୟାଙ୍କ ବ୍ୟବସ୍ଥା ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ ରହିଛି ତା’ହେଲେ ଛୁଟି ହେବ ଆଗରୁ ଏସବୁ କାମ କୁ ସାରି ଦିଅନ୍ତୁ ।

ଆସନ୍ତା ନଭେମ୍ବର ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ସବୁ ବ୍ୟାଙ୍କ ବନ୍ଦ ରହିବ। ଧନତେରସ, ଦିପାବଳୀ ଏବଂ ଛଟ୍ ପୂଜା ଉପଲକ୍ଷେ ବ୍ୟାଙ୍କ ବ୍ୟବସ୍ଥା ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ ରହିଛି ତା’ହେଲେ ଛୁଟି ହେବ ଆଗରୁ ଏସବୁ କାମ କୁ ସାରି ଦିଅନ୍ତୁ । ଆମେ ଆପଣଙ୍କୁ ଛୁଟି ର ପୁରା ଲିଷ୍ଟ କହିବୁ .. ଛୁଟିଦିନର ତାଲିକା ଯାଞ୍ଚ କରି ଆଗୁଆ କାମ ସାରି ନିଅନ୍ତୁ । ଚଳିତ ସପ୍ତାହରେ ଆଜି ବୁଧବାର ଏବଂ ଗୁରୁବାର କେବଳ ଦୁଇ ଦିନ ପାଇଁ ଖୋଲିବ । ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କର କୌଣସି କାମ ଅଛି ତେବେ ଏହାକୁ ଶୀଘ୍ର ଶେଷ କରନ୍ତୁ ।

ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶ କରାଯାଇଥିବା ବ୍ୟାଙ୍କ ଛୁଟି ତାଲିକା ବିଷୟରେ ଏବେ ଜାଣନ୍ତୁ :

-ନଭେମ୍ବର ୧୦ – ଧନତେରସ
-ନଭେମ୍ବର ୧୧ – ଦ୍ଵିତୀୟ ଶନିବାର
-ନଭେମ୍ବର ୧୨ – ରବିବାର
-ନଭେମ୍ବର ୧୩ – ଦିପାବଳୀ
-ନଭେମ୍ବର ୧୪ – ଅହମ୍ମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଗଙ୍ଗଟୋକ, ମୁମ୍ବାଇ, ନାଗପୁରରେ ବ୍ୟାଙ୍କ ଛୁଟି ରହିବ ।
-ନଭେମ୍ବର ୧୫ – ଇମ୍ଫାଲ, କାନପୁର, କୋଲକାତା, ଲଖନଉ ଏବଂ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ ।

ତେବେ ଏସବୁ ଛୁଟିଦିନରେ ଆପଣ ମୋବାଇଲ୍ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଘରେ ବସି ସବୁ କାମ କରିପାରିବେ।

Leave A Reply

Your email address will not be published.