ବାବର ଆଜମଙ୍କୁ ପଛରେ ପକାଇଲେ ଶୁବମନ ଗିଲ୍, ଆଇସିସି ଦିନିକିଆ ରାଙ୍କିଂରେ ହାସଲ କଲେ ନଂ ୧ ସ୍ଥାନ
ଆଇସିସି ଦିନିକିଆ ରାଙ୍କିଂର ନଂ ୧ ବ୍ୟାଟର ଶୁବମନ ଗିଲ୍ । ବାବର ଆଜମଙ୍କୁ ପଛରେ ପକାଇ ଶୁବମନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଶୁବମନ । ଗିଲ୍ ୮୩୦ ରେଟିଂ ପଏଣ୍ଟ ସହିତ ନଂ ୧ ସ୍ଥାନ ହାସଲ କରିଥିବା ବେଳେ ବାବଜ ଆଜମ ୮୨୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଆଇସିସି ଦିନିକିଆ ରାଙ୍କିଂରେ ନଂ ୧ ସ୍ଥାନରେ ଭାରତୀୟ ଯୁବ ବ୍ୟାଟର ଶୁବମନ ଗିଲ୍ । ବାବର ଆଜମଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଶୁବମନ । ଶୁବମନ ଗିଲ୍ ୮୩୦ ରେଟିଂ ପଏଣ୍ଟ ସହିତ ନଂ ୧ ସ୍ଥାନ ହାସଲ କରିଥିବା ବେଳେ ବାବଜ ଆଜମ ୮୨୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ କ୍ୱିଣ୍ଟନ ଡି’କକ୍ ଏବଂ ଚତୁର୍ଥ ସ୍ଥାନରେ ବିରାଟ କୋହଲି ରହିଛନ୍ତି ।
ବାବର ଆଜମ ୯୫୦ ଦିନ ପର୍ଯ୍ୟନ୍ତ ନଂ ୧ ସ୍ଥାନ ବଜାୟ ରଖିଥିଲେ । ହେଲେ ଶୁବମନ ଗିଲ୍ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ଟିମ୍ ଇଣ୍ଡିଆର ପ୍ରିନ୍ସ ନାମରେ ଜଣାଶୁଣା ଶୁବମନ ଗତ ୨ ବର୍ଷ ମଧ୍ୟରେ ଅନେକ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ।
ଶୁବମନ ଗିଲ୍ ୪୧ଟି ଦିନିକିଆ ମ୍ୟାଚରୁ ୨୧୩୬ ରନ୍ କରିସାରିଛନ୍ତି । ଶୁବମନଙ୍କ ଷ୍ଟ୍ରାଇକ ରେଟ୍ ୧୦୦ରୁ ଅଧିକ ରହିଛି । ତାଙ୍କ ଇନିଂସରେ ୬ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ରହିଛି ।
A big day for India’s #CWC23 stars with two new No.1 players crowned in the latest @MRFWorldwide ICC Men’s ODI Player Rankings 😲
Details 👇https://t.co/nRyTqAP48u
— ICC (@ICC) November 8, 2023
ଶୁବମନ ଗିଲଙ୍କ ଦିନିକିଆ କ୍ୟାରିଅର ବେଶ୍ କିଛି ଖାସ୍ ନଥିଲା । ସେ ୨୦୧୯ ରେ ଡେବ୍ୟୁ କରିଥିଲେ ଏବଂ ୨୦୨୦ ପର୍ଯ୍ୟନ୍ତ ସେ କେବଳ ୩ ଟି ମ୍ୟାଚ୍ ଖେଳିପାରିଛନ୍ତି । ସେ ୨୦୨୧ରେ ଦିନିକିଆ ଦଳରେ ସାମିଲ ହୋଇନଥିଲେ ।
କିନ୍ତୁ ୨୦୨୨ରେ ଟିମ୍ ଇଣ୍ଡିଆକୁ ଫେରିଥିଲେ । ସେହି ବର୍ଷ ସେ ହାରାହାରି ୭୦.୮୮ ରେ ୧୨ଟି ମ୍ୟାଚରେ ୬୩୮ ରନ୍ ସ୍କୋର କରିଥିଲେ । କିନ୍ତୁ ୨୦୨୩ ରେ ଗିଲ୍ କମାଲ୍ କରିଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୮ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ।
ତେଣୁ ଗିଲ୍ ନଂ ୧ ସ୍ଥାନରେ ରହିବାକୁ ହେଲେ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବାକୁ ହେବ । ଯଦି ଏପରି ନ ହୁଏ, ତେବେ ବାବର ଆଜମ ପୁଣିଥରେ ନଂ ୧ ସ୍ଥାନ ଛଡାଇ ନେବେ ।