ଅଜବ ଏ ରେସ୍ତୋରାଁ, ପାଣିରେ ପଡ଼ିଛି ଚେୟାର, ଖେଳୁଛନ୍ତି ମାଛ

ଏହି ରୋସ୍ତାରାଁ ଫର୍ସରେ ପାଣି ଭରି କରି ରଖାଯାଇଛି। ଏଥିରେ ମାଛକୁ ଛଡ଼ା ଯାଇଛି। ଏହି ରେସ୍ତୋରାଁ ଥାଇଲାଣ୍ଡରେ ରହିଛି। ଏଠାକୁ ଯାଉଥିବା ପ୍ରତ୍ୟେକ ଲୋକ ମାଛ ମଝିରେ ପଡ଼ିଥିବା ଚେୟାର ରେ ବସି ଖାଦ୍ୟ ଖାଇଥାନ୍ତି।

ଅଜବ ରେସ୍ତୋରାଁ। ପାଣି ଭିତରେ ପଡ଼ିଛି ଚେୟାର ଟେବୁଲ । ଭିତରକୁ ପଶିଗଲେ ପାଣିରେ ଗୋଡ଼ ପୁରାଇ ବସିବେ। ଖାଲି କଣ ପାଣି ଅଛି , ପାଣି ଭିତରେ ଅଛନ୍ତି ଅନେକ ରଙ୍ଗୀନ ରଙ୍ଗୀନ ମାଛ। ଆପଣ ଯେଉଁଠି ବି ପାଦ ରଖିବେ ସେଠି ମାଛ ଦେଖିବେ। ଆଉ ଏହାରି ଭିତରେ ବସି ଆପଣଙ୍କୁ ଖାଇବାକୁ ପଡ଼ିବ। କାରଣ ରେସ୍ତୋରାଁ ସେମିତି ଡିଜାଇନ କରାଯାଇଛି। ଏହାକୁ ଏକ୍ସପିରିୟନ୍ନ୍ସ କରିବା ପାଇଁ ଚାହିଁଲେ ଆପଣଙ୍କୁ ଥାଇଲାଣ୍ଡ ଯିବାକୁ ହେବ। ଏହି ରୋସ୍ତୋରାଁରେ ପାଣି ଭିତରେ ବହୁତ ସଂଖ୍ୟାରେ ମାଛକୁ ଛଡ଼ା ଯାଇଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡ଼ିଓରେ ଆପଣ ରେସ୍ତୋରାଁ ଭିତରେ ଅନେକ ମାଛକୁ ପହଁରୁଥିବାର ଦେଖୁଥିବେ। ଆଉ ଲୋକମାନେ ଏହାରି ଭିତରେ ପଶି ଖାଇବା କୁ ଉପଭୋଗ କରନ୍ତି। ଦେଖିଲେ ଲାଗୁଛି ଏମିତି କେମିତି ଲୋକଙ୍କୁ କମଫର୍ଟ ଲାଗୁଛି , ପାଣି ଭିତରେ ପଶି ମାଛ ପହଁରୁଛନ୍ତି ଆଉ ଓଦା ଗୋଡ଼ରେ ବସି କେମିତି ଜଣେ ଖାଇପାରିବ? କିନ୍ତୁ ଏ ରେସ୍ତୋରାଁ ସେଥିପାଇଁ ବେଶ ଚର୍ଚ୍ଚାରେ ରହିଛି। ଏଭଳି ଦୃଶ୍ୟ ଆପଣ ଅନ୍ୟ କେଉଁଠି ଦେଖିବାକୁ ପାଇବେନି।

ଏହି ଭିଡ଼ିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏହା ଏବେ ଖୁବ ଭାଇରାଲ ହେଉଛି । ପାଣି ଭିତରେ ମାଛ ଆଉ ମାଛ ପାଖରେ ବସି ଖାଦ୍ୟ ଖାଇବା ର ମଜା ଉଠାଇବା ପାଇଁ ଏଠାରେ ଲୋକମାନେ ବି ଆସିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ।

ଆପଣ ଅନେକ ସ୍ଥାନରେ ଡେକୋରେସନ ପାଇଁ ରେସ୍ତରାଁରେ ଆକ୍ୱାରିୟମ ଦେଖିଥିବେ। ଅନ୍ୟ ମାନେ ବି ଭିନ୍ନ ଭିନ୍ନ ଲୁକ ଦେଇଥାନ୍ତି। କିନ୍ତୁ ଏ ଭିଡ଼ିଓ ରେ ରେସ୍ତୋରାଁ ହିଁ ଆକ୍ୱାରିୟମର ଏକ ପାର୍ଟ ହୋଇଯାଇଛି।

ଏଠାରେ ମାଛମାନେ ଆକ୍ୱାରିୟମ ଭିତରେ ନୁହେଁ ବରଂ ରେସ୍ତୋରାଁର ଫର୍ସ ବା ଚଟାଣ ଉପରେ ପହଁରୁଛନ୍ତି। କିଛି ଲୋକଙ୍କୁ ଏହା ଖୁବ ଅଜବ ଲାଗୁଛି। ଯାହାକି ଅତି ସାଧାରଣ କଥା। ଆଉ ସେମାନେ ବୁଝିପାରୁନାହାନ୍ତି ଯେ ଏହା ପଛରେ ସିଷ୍ଟମ କଣ ?

ଏହି ରୋସ୍ତାରାଁ ଫର୍ସରେ ପାଣି ଭରି କରି ରଖାଯାଇଛି। ଏଥିରେ ମାଛକୁ ଛଡ଼ା ଯାଇଛି। ଏହି ରେସ୍ତୋରାଁ ଥାଇଲାଣ୍ଡରେ ରହିଛି। ଏଠାକୁ ଯାଉଥିବା ପ୍ରତ୍ୟେକ ଲୋକ ମାଛ ମଝିରେ ପଡ଼ିଥିବା ଚେୟାର ରେ ବସି ଖାଦ୍ୟ ଖାଇଥାନ୍ତି। ଏହାକୁ ସାଇନ୍ସ ଗାର୍ଲ ନାମକୁ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଏହାକୁ ଦେଖି ଅନେକ ନିଜ ପ୍ରତିକ୍ରିୟା ରଖିଛନ୍ତି। କିଛି ଲୋକ ଏହାକୁ ଦେଖି ନାପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.