Below header

ଦିନେ ଥିଲେ ଟିଭି ପରଦାର ରାଷ୍ଟ୍ରପତି ଚରିତ୍ରରେ, ଆଜି ବାସ୍ତବରେ ୟୁକ୍ରେନ୍ ର ରାଷ୍ଟ୍ରପତି

ନୂଆଦିଲ୍ଲୀ : ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ୟୁକ୍ରେନ୍ ର ପ୍ରେସିଡେଣ୍ଟ ଜେଲେନେସ୍କିଙ୍କୁ ନେଇ ଚାଲିଛି ଚର୍ଚ୍ଚା | ଋଷର ରାଷ୍ଟ୍ରପତି ପୁଟିନଙ୍କ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି | କିନ୍ତୁ ଆପଣ ଜାଣନ୍ତି କି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ପୂର୍ବରୁ କ’ଣ କରୁଥିଲେ |

ଆଜିର ରାଷ୍ଟ୍ରପତି ଯେ ଦିନେ ଜଣେ କମେଡିଆନ ଥିଲେ ଜାଣି ଆଶ୍ଚର୍ଯ୍ୟ ହେବେ | ଅଭିନୟ ତାଙ୍କର ସତ ହୋଇଗଲା |ଟିଭି ପରଦାରେ ଦିନେ ରାଷ୍ଟ୍ରପତି ଚରିତ୍ର ରେ ଅଭିନୟ କରୁ କରୁ ଆଜି ବାସ୍ତବରେ ରାଷ୍ଟ୍ରପତି ହୋଇଗଲେ |

ଜେଲେନସ୍କି ୨୦୧୯ରେ ୟୁକ୍ରେନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଥିଲେ ଜଣେ ଆକ୍ଟର ଏବଂ କମେଡିଆନ୍ | ୧୭ ବର୍ଷ ବୟସରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ | ତାହା ପୁଣି ଜଣେ କମେଡିଆନ ଭାବେ | ପରେ ତାଙ୍କୁ ୟୁକ୍ରେନ୍‌ର ଏକ କମେଡିଆନ ଟିମ୍ ରେ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥିଲା | ୧୯୯୭ରେ ଏହି ଟିମ୍ କେଭିଏନର ମେଜର ଲିଗ୍‌ରେ ପ୍ରଦର୍ଶନ କରିଥିଲା ଏବଂ ଜିତିଥିଲା |

president ukrane.
photo credit : newsroompost

ପରେ ଜେଲେନସ୍କି ଏକ ଟିମ୍ ଗଠନ କରିଥିଲେ | ୧୯୯୮ ରୁ ୨୦୦୩ ପର୍ଯ୍ୟନ୍ତ ଏହି ଟିମ୍ ୟୁକ୍ରେନର କେଭିଏନ୍ ଲିଗ୍‌ର ସବୁଠାରୁ ଅଧିକ ରୋଜଗାର ପ୍ରାପ୍ତ ଟିମ୍ ହୋଇଥିଲା | ୨୦୦୮ରେ ସେ ଫିଚର୍ ଫିଲ୍ମ ‘ଲଭ୍ ଇନ୍ ଦ ବିଗ୍ ସିଟି’ରେ କାମ କରିଥିଲେ। ପରେ ‘ଲଭ୍ ଇନ୍ ଦ ବିଗ୍ ସିଟି ୨’ ରେ ମଧ୍ୟ କାମ କରିଥିଲେ |

ପରେ ଜେଲେନସ୍କି ଆକ୍ଟିଂ କ୍ୟାରିୟରକୁ ନେଇ ଆଗକୁ ଆଗକୁ ବାଢ଼ିଥିଲେ | ସେ ଅଫିସ୍ ରୋମାନ୍ସ ଏବଂ ଓଭର୍ ଟାଇମ୍ ଭଳି ଫିଲ୍ମରେ କାମ କରିଥିଲେ। ୨୦୧୦ ରୁ ୨୦୧୨ ପର୍ଯ୍ୟନ୍ତ, ଜେଲେନସ୍କି ଟିଭି ଚ୍ୟାନେଲ ଇଣ୍ଟର୍‌ର ବୋର୍ଡ ମେମ୍ବର ତଥା ପ୍ରଡ୍ୟୁସର୍ ଥିଲେ।

president ukraine.
photo credit : dw.com

୨୦୧୫ ରେ, ଟିଭିର ଏକ କମେଡି ଶୋ ” ସର୍ଭେନ୍ତ ଅଫ ଦ ପିପୁଲ ” ରେ ଜଣେ ରାଷ୍ଟ୍ରପତି ଭୂମିକା ରେ ଅଭିନୟ କରିଥିଲେ | | ଟିଭିର ଏକ କମେଡି ଶୋ ” ସର୍ଭେନ୍ତ ଅଫ ଦ ପିପୁଲ ” ରେ ଜଣେ ରାଷ୍ଟ୍ରପତି ଭୂମିକା ରେ ଅଭିନୟ କରିଥିଲେ | ଅଭିନୟ ତାଙ୍କର ସତ ହୋଇଗଲା |ଟିଭି ପରଦାରେ ଦିନେ ରାଷ୍ଟ୍ରପତି ଚରିତ୍ର ରେ ଅଭିନୟ କରୁ କରୁ ଆଜି ବାସ୍ତବରେ ରାଷ୍ଟ୍ରପତି ହୋଇଗଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.