ମହାଶିବରାତ୍ରିରେ ଶିବ ଲିଙ୍ଗରେ ଚଢ଼ାନ୍ତୁ ୧୦୮ ବେଲ ପତ୍ର, ଦୂର ହେବ ଆର୍ଥିକ ସମସ୍ୟା

ଆସୁଛି ମହାଦେବଙ୍କ ଭକ୍ତଙ୍କ ସବୁଠୁ ବଡ଼ ଉତ୍ସବ ମହାଶିବରାତ୍ରି। ଚଳିତବର୍ଷ ମାର୍ଚ୍ଚ ୧ ମଙ୍ଗଳବାର ଦିନ ପଡ଼ୁଛି ମହାଶିବରାତ୍ରି। ଏଥରକ ମହାଶିବରାତ୍ରିରେ ଯଦି କିଛି ଖାସ୍‌ କାମ କରିବେ ତେବେ ନିଜ ଘରର ବାସ୍ତୁ ଦୋଷକୁ ଠିକ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରିରେ କି କାମ କଲେ ଘରର ବାସ୍ତୁ ଦୋଷ ଠିକ୍‌ ହୋଇଯିବ…

ମହାଶିବରାତ୍ରିରେ ବାସ୍ତୁ ଟିପ୍ସ:

  • ଯଦି ଘରେ ସବୁବେଳେ କଳି ଝଗଡ଼ା ଲାଗୁଛି ତେବେ ମହାଶିବରାତ୍ରି ଦିନ ଘରେ ଶିବଙ୍କ ପରିବାରକୁ ସ୍ଥାପନ କରନ୍ତୁ। ଏଭଳି କରିବା ଦ୍ୱାରା ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।
  • ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ, ମହାଶିବରାତ୍ରି ଦିନ ୧୦୮ ଟି ବେଲ ପତ୍ରକୁ ଶିବଲିଙ୍ଗ ଉପରେ ଚଢ଼ାନ୍ତୁ। ଶେଷ ବେଲ ପତ୍ରକୁ ଆଶୀର୍ବାଦ ରୂପେ ଘର ଆଲମାରୀରେ ରଖନ୍ତୁ। ଏଭଳି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହେବ।
  • ଘରେ ସକାରାତ୍ମକ ଉର୍ଜା ପାଇଁ ମହାଶିବରାତ୍ରି ଦିନ ନିଜ ଘରେ ଡମ୍ବରୁ ସ୍ଥାପନ କରନ୍ତୁ। ଡମ୍ବରୁ ସ୍ଥାପନ କରିବା ଦ୍ୱାରା ଘରକୁ ସକାରାତ୍ମକ ଉର୍ଜାର ଆଗମନ ହେବ। ଡମ୍ବରୁ ବଜାଇବା ଦ୍ୱାରା ଘରୁ ଖରାପ ଶକ୍ତି ଚାଲିଯାଏ।
  • ମହାଶିବରାତ୍ରି ଦିନ ସୂର୍ଯ୍ୟ ଭଗବାନଙ୍କୁ ଜଳ ଦାନ କରିବା ବେଳେ ପାଣିରେ ଲାଲ ଚନ୍ଦନ ଓ ଚାଉଳ ମିଶାଇ ଅର୍ଘ୍ୟ ଦିଅନ୍ତୁ। ଏମିତି କରିବା ଦ୍ୱାରା ସୂର୍ଯ୍ୟ ଦେବ ସବୁ କଷ୍ଟ ହରଣ କରିନେବେ।

Also Read: ଏ ଘୃଣାର ଦୁନିଆରେ ଆଉ ବଞ୍ଚିହେବନି… ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖି ଛାତରୁ ଡେଇଁ ପଡ଼ିଲେ ୧୦ମ ଶ୍ରେଣୀ ଛାତ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.