ବିଶ୍ୱର ଅଭିଶପ୍ତ ପୁଂଡୁଡଜି ହ୍ରଦ, ଯାହାର ପାଣି ପିଇଲେ ହୁଏ ମୃତ୍ୟୁ

ଦୁନିଆରେ ଲୁଚି ରହିଛି ଅନେକ ରହସ୍ୟ। କିଛି ରହସ୍ୟ ବିଷୟରେ ଆମେ ଜାଣିଛେ ତ ପୁଣି ଆଉ କିଛି ରହସ୍ୟ, ରହସ୍ୟ ହୋଇ ରହିଯାଇଛି। ଏମିତି ଏକ ରହସ୍ୟ ହେଉଛି ଦକ୍ଷିଣ ଆଫ୍ରିକାରେ ଅବସ୍ଥିତ ପୁଂଡୁଡଜି ହ୍ରଦ । ଏହି ହ୍ରଦଟି ଯେତିକି ସୁନ୍ଦର, ଲୋକମାନେ ଏହାର ପାଣି ପିଇବାକୁ ସେତିକି ଡରନ୍ତି । କାରଣ କୁହାଯାଏ ଯେ ଲୋକମାନେ ଏହି ହ୍ରଦର ପାଣି ପିଇଲେ ମରିଯାଆନ୍ତି।
ଆପଣ ଜାଣିଛନ୍ତି ଏହି ପୃଥିବୀରେ ଅନେକ ସ୍ଥାନରେ ବଡ଼ ଅଜବ ଅଜବ ଜିନିଷ ଲୁଚି ରହିଛି। ନଦୀ, ପାହାଡ଼ ଓ ଅତି ସୁନ୍ଦର ହ୍ରଦ। ଯାହାକି ପ୍ରକୃତିର ଅତି ସୁନ୍ଦର ଅବଦାନ। ହେଲେ ବେଳେ ବେଳେ ଏହା ଏମିତି ପରିସ୍ଥିତି ତିଆରି କରେ ଯେ ମଣିଷ ସମାଜକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ। ଏହି ସୁନ୍ଦର ଦେଖାଯାଉଥିବା ପ୍ରକୃତି ମଣିଷ ପାଇଁ କାଳ ସାଜେ। ଯେମିତିକି ଲୋକଙ୍କ ପାଇଁ କାଳ ହୋଇଛି ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ରାଜ୍ୟରେ ଥିବା ଏହି ପୁଂଡୁଡଜି ହ୍ରଦ। ଆସନ୍ତୁ ଜାଣିବା ଏହି ହ୍ରଦର ରହସ୍ୟ ବିଷୟରେ, ଯାହାର ପାଣି ପିଇବାକୁ ଡରୁଛନ୍ତି ଲୋକ।

ଏହି ହ୍ରଦର ଜଳ ଦେଖିବାକୁ ଖୁବ୍ ପରିଷ୍କାର। ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ରାଜ୍ୟରେ ଥିବା ଏହି ହ୍ରଦ ପାଖକୁ ଲୋକ ଯିବେ କ’ଣ, ଏହାର ନାଁ ଶୁଣୁ ଶୁଣୁ ହିଁ ସେମାନେ ଡରନ୍ତି। ଏହି ହ୍ରଦ ଦେଖିବାକୁ ବହୁତ ସୁନ୍ଦର ଏବଂ ଏହାର ଜଳ ଦେଖିବାକୁ କାଚ ପରି କିନ୍ତୁ ଯେଉଁମାନେ ଥରେ ଏହି ହ୍ରଦର ପାଣି ପିଅନ୍ତି ସେମାନେ ମରିଯାଆନ୍ତି । କୁହାଯାଏ ଯେ ଏହି ହ୍ରଦ ପ୍ରାଚୀନ କାଳରେ ଭୂସ୍ଖଳନ ହୋଇ ସୃଷ୍ଟି ହୋଇଥିଲା, ଯାହା ମୂଟାଲି ନଦୀର ପ୍ରବାହକୁ ରୋକି ଦେଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଏକ ରହସ୍ୟ ହୋଇ ରହିଛି ଯେ ଏହି ହ୍ରଦର ଜଳ ପିଇବା ଦ୍ୱାରା କାହିଁକି ମୃତ୍ୟୁ ହୋଇଯାଏ।
ହ୍ରଦ ବିଷୟରେ ଅନେକ କାହାଣୀ ରହିଛି । ହ୍ରଦ ବିଷୟରେ ସ୍ଥାନୀୟ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। ଲୋକକଥା ଅନୁଯାୟୀ, ପ୍ରାଚୀନ କାଳରେ ଏକ କୁଷ୍ଠରୋଗୀ ଦୀର୍ଘ ଯାତ୍ରା ପରେ ଏହି ସ୍ଥାନକୁ ଆସିଥିଲେ। ଯେତେବେଳେ ସେ ଖାଇବା ପାଇଁ ଖାଦ୍ୟ ଏବଂ ରହିବା ପାଇଁ ସ୍ଥାନୀୟ ଲୋକଙ୍କଠାରୁ ରହିବାକୁ ସ୍ଥାନ ମାଗିଲେ, ତାହା ତାଙ୍କୁ ଦିଆଯାଇନଥିଲା। ଏହା ପରେ କୁଷ୍ଠରୋଗୀ ଲୋକମାନଙ୍କୁ ଅଭିଶାପ ଦେଇ ସେହି ହ୍ରଦରେ ହିଁ କେଉଁଠି ଅଦୃଶ୍ୟ ହୋଇଯାଇଥିଲେ।
କୁହାଯାଏ ଯେ ଏହି ହ୍ରଦରୁ ବୁଡ଼ି ଯାଇଥିବା ଲୋକଙ୍କ କାନ୍ଦ ଏବଂ ଡ୍ରମ ର ଶବ୍ଦ ଶୁଭାଯାଏ। ସ୍ଥାନୀୟ ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ହ୍ରଦଟିର ରକ୍ଷା ପର୍ବତ ଉପରେ ଥିବାଏକ ବିଶାଳ ଅଜଗଳ କରୁଛି। ଏହି ଅଜଗଳ ସାପ ସ୍ଥାନୀୟ ଲୋକଙ୍କର କିଛି କ୍ଷତି ନ କରୁ ସେଥିପାଇଁ ସେମାନେ ପ୍ରତିବର୍ଷ ଲୋକନୃତ୍ୟ କରନ୍ତି ଏହି ଅଜଗଳ ମହାରାଜଙ୍କୁ ଖୁସି କରିବା ପାଇଁ। ଏହି ଉତ୍ସବରେ ଅବିବାହିତ ଝିଅମାନେ ନାଚିଥାନ୍ତି।
କୁହାଯାଏ ୪୦ ଦଶକ ଅର୍ଥାତ ୧୯୪୬ ମସିହାରେ ଜଣେ ଆଣ୍ଡି ଲେଭିନ୍ ନାମକ ଜଣେ ବ୍ୟକ୍ତି ହ୍ରଦର ରହସ୍ୟ ଜାଣିବାକୁ ଚେଷ୍ଟା କରିଥିଲେ। ସେ ଏହି ହ୍ରଦର ପାଣି ର ରହସ୍ୟ ଜାଣିବା ପାଇଁ ହ୍ରଦରୁ କିଛି ପାଣି ନେଇ ଜଙ୍ଗଲ ଆଡ଼କୁ ଯିବାକୁ ଲାଗିଲେ। ଏହା ପରେ କିଛି ସମୟ ଚାଲିବା ପରେ ସେ ରାସ୍ତା ଜାଣିପାରିନଥିଲେ। ସେ ହ୍ରଦର ପାଣିକୁ ଢାଳିବା ପରେ ଯାଇ ବାଟ ପାଇଥିଲେ କିନ୍ତୁ କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ଅନେକ ଲୋକ ଡରିଯାଇଥିଲେ।
ଏହା ପରେ ମଧ୍ୟ ଅନେକ ଲୋକ ଏହି ହ୍ରଦର ରହସ୍ୟ ଜାଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ପ୍ରତ୍ୟେକ ଥର ସେମାନେ ବିଫଳ ହୋଇଥିଲେ। ଆଜି ପର୍ଯ୍ୟନ୍ତ କେହି ଏହି ପାଣି ପିଇବା ପରେ କାହିଁକି ମରିଯାଆନ୍ତି ତାହା କେହି ଜାଣିପାରି ନାହାଁନ୍ତି। କିଛି ଲୋକ ବିଶ୍ୱାସ କରନ୍ତି ଯେ ହ୍ରଦରେ କିଛି ବିଷାକ୍ତ ଗ୍ୟାସ ମିଶିଥାଇ
ପାରେ। ତେବେ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ମିଳିନାହିଁ।