Below header

ଜି୨୦ ସମ୍ମିଳନୀ ସମୟରେ ହୋଟେଲ ତାଜ ପ୍ୟାଲେସରୁ ମିଳିଥିଲା ଚୀନ ପ୍ରତିନିଧିଙ୍କ ରହସ୍ୟମୟ ବ୍ୟାଗ, ୧୨ ଘଣ୍ଟା ପର୍ଯ୍ୟନ୍ତ ହୋଇଥିଲା ହଙ୍ଗାମା

୨ ଦିନ ଧରି ଚାଲିଥିବା ଶିଖର ସମ୍ମିଳନୀରେ ଚୀନର ଅତିଥି ଦିଲ୍ଲୀର ହୋଟେଲ ତାଜ୍ ପ୍ୟାଲେସରେ ରହିଥିଲେ। ଆଉ ସେମାନଙ୍କ ପାଖରେ ଏକ ସନ୍ଦିଗ୍ଧ ବ୍ୟାଗ୍‌ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ପୋଲିସ କିଛି ସମୟ ପାଇଁ ଚୀନ ପ୍ରତିନିଧିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା କିନ୍ତୁ ସେମାନେ ବ୍ୟାଗ୍‌ ଦେଖାଇବାକୁ ମନା କରିଥିଲେ ।

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି- ୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଏହି ସମ୍ମିଳନୀ ଶେଷ ହେବା ପରେ ଜି-୨୦ କମିଟି ପକ୍ଷରୁ ଏକ ବଡ ଘଟଣା ସାମ୍ନାକୁ ଆସିଛି । ୨ ଦିନ ଧରି ଚାଲିଥିବା ଶିଖର ସମ୍ମିଳନୀରେ ଚୀନର ଅତିଥି ଦିଲ୍ଲୀର ହୋଟେଲ ତାଜ୍ ପ୍ୟାଲେସରେ ରହିଥିଲେ। ଆଉ ସେମାନଙ୍କ ପାଖରେ ଏକ ସନ୍ଦିଗ୍ଧ ବ୍ୟାଗ୍‌ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଆଉ ପୋଲିସ ଏହି ବ୍ୟାଗ୍‌ ଚେକ୍‌ କରିବାକୁ ଆସିଥିବା ବେଳେ ଚୀନର ପ୍ରତିନିଧି ଏହାକୁ ଦେଖାଇବା ପାଇଁ ମନା କରିଦେଇଥିଲେ ।

ପୋଲିସ କିଛି ସମୟ ପାଇଁ ଚୀନ ପ୍ରତିନିଧିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା କିନ୍ତୁ ସେମାନେ ବ୍ୟାଗ୍‌ ଦେଖାଇବାକୁ ମନା କରିଥିଲେ । ଏହା ପରେ ସେହି ବ୍ୟାଗଙ୍କୁ ଚୀନ ରାଷ୍ଟ୍ରଦୂତଙ୍କ ଅଫିସକୁ ପଠାଯାଇଥିଲା । ତେବେ ପୋଲିସ କହିବା ମୁତାବକ, ଏହା ପୂର୍ବରୁ ଯେଉଁ ଚୀନ ପ୍ରତିନିଧି ଆସିଥିଲେ, ସେ ତାଙ୍କର ବ୍ୟାଗକୁ ଚେକ୍‌ କରିବାକୁ ଦେଇଥିଲେ । କିନ୍ତୁ ସେହି ବ୍ୟାଗ୍‌ ଚେକିଂ କ’ଣ ପାଇଁ ଦେଇଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଜି୨୦ ସମ୍ମିଳନୀକୁ ଆସିଥିବା ସମସ୍ତ ପ୍ରତିନିଧିଙ୍କ ବ୍ୟାଗ୍‌ ଚେକିଂ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଥିଲା । କିନ୍ତୁ ଯେଉଁ ଚୀନ ପ୍ରତିନିଧି ହୋଟେଲ ତାଜ ପ୍ୟାଲେସରେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏହି ବ୍ୟାଗ ରହିଥିଲା । ଆଉ ପ୍ରୋଟୋକଲ ହିସାବରେ ବ୍ୟାଗକୁ ଭିତରକୁ ନେବାକୁ ଅନୁମତି ମିଳିଥିଲା । ଏହା ପରେ ହୋଟେଲ ଷ୍ଟାଫ ବ୍ୟାଗରେ କିଛି ସନ୍ଦିଗ୍ଧ ରହିଥିବା ସୂଚନା ଦେଇଥିଲେ । ଆଉ ଯେତେବେଳେ ଏହି ବ୍ୟାଗକୁ ସ୍କାନ ପାଇଁ ନିଆଯିବାକୁ କୁହାଯାଇଥିଲା, ସେତେବେଳେ ଚୀନ ପ୍ରତିନିଧି ଏହାକୁ ଦେବାକୁ ମନା କରିଦେଇଥିଲେ ।

ଏହାପରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଏପରି ହାଇଡ୍ରାମା ଚାଲିଥିଲା । ଚୀନ ଦୂତାବାସକୁ ବ୍ୟାଗ ପଠାଯିବା ପରେ ମାମଲା ଶାନ୍ତ ପଡିଥିଲା । ତେବେ ବ୍ୟାଗରେ କ’ଣ ସନ୍ଦିଗ୍ଧ ରହିଥିଲା, ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.